Only for Entertainment

ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଜାଣନ୍ତୁ ମହାତ୍ମା ଗାନ୍ଧୀଙ୍କ ସମ୍ପର୍କରେ !

40

ରାଜକୋଟରେ ଏକ ରେଳର ତୃତୀୟ ଶ୍ରେଣୀ ଡବାରେ ଚଢ଼ି ମହାତ୍ମା ‘ଭାରତ ଭ୍ରମଣ’ ଆରମ୍ଭ କରିଥିଲେ। ପ୍ରଥମେ ଯାଇଥିଲେ କାଥିଆଵାଡ଼। ସେଠାରେ କିଛି ଦିନ ରହି ସତ୍ୟାଗ୍ରହ ଓ ଅହି˚ସାର ବାଣୀ ପ୍ରଚାର କରିଥିଲେ। ତାହା ପରେ ବାହାରିଥିଲେ ଅହମ୍ମଦାବାଦ। ନଗରୀ ଉପକଣ୍ଠସ୍ଥ କୋଚରାବ ନାମକ ଗ୍ରାମରେ ପ୍ରଥମ ଆଶ୍ରମ ପ୍ରତିଷ୍ଠା କରି, ‘ସତ୍ୟାଗ୍ରହ ଆଶ୍ରମ’ ନାଁ ଦେଇଥିଲେ। ଅହମ୍ମଦାବାଦରୁ କଲକାତା। ୧୭ ଫେବ୍ରୁଆରି ୨୦୧୫ରେ ପହଞ୍ଚିଥିଲେ ‘ଶାନ୍ତିନିକେତନ’ରେ। ରବୀନ୍ଦ୍ରନାଥ ଠାକୁର ନ ଥିବାରୁ ସଙ୍ଗେସଙ୍ଗେ ଭେଟ ହୋଇପାରି ନ ଥିଲା। ୨୦ ଫେବ୍ରୁଆରିରେ ଗୋଖଲେଙ୍କ ଦେହାନ୍ତ ଖବର ପାଇ ପୁଣେ ଫେରିଥିଲେ। ଶୋକ ପାଳନ ପାଇଁ ଏକ ବର୍ଷ ଚପଲ ନ ପିନ୍ଧିବା ପାଇଁ ନିଷ୍ପତ୍ତି ନେଇଥିଲେ।

ଗୋଖଲେଙ୍କ ସ୍ମୃତିରେ ଆୟୋଜିତ ଶୋକସଭାରେ ଯୋଗଦେଇ କଲକାତା ଫେରିଥିଲେ। ୬ ମାର୍ଚ ୧୯୧୫ରେ ଠାକୁରଙ୍କ ସହ ପ୍ରଥମ ସାକ୍ଷାତ୍ ହୋଇଥିଲା ଏବ˚ ସେ ହିଁ ତାଙ୍କୁ ପ୍ରଥମେ ‘ମହାତ୍ମା’ ଭାବେ ସମ୍ବୋଧିତ କରିଥିଲେ। କଲକାତାରୁ ଯାଇଥିଲେ ବାରାଣସୀ, ତାହା ପରେ କାଶୀ ବିଶ୍ବନାଥ ମନ୍ଦିର ଏବଂ ପରେ ହରିଦ୍ବାର। ହରିଦ୍ବାରରୁ ମାଡ୍ରାସ; ସେଠାରୁ ବେଙ୍ଗଲୁରୁ ହୋଇ ଫେରିଥିଲେ ଅହମ୍ମଦାବାଦ ଏବ˚ ପହଞ୍ଚିଥିଲେ ମେ ୧୧ରେ।

୧୯୩୦ରେ ‘ଟାଇମ୍ସ’ ପତ୍ରିକା ଦ୍ବାରା ‘ମ୍ୟାନ୍ ଅଫ୍ ଦ ଇଅର୍’ ଘୋଷିତ। ମହାତ୍ମା ଗାନ୍ଧୀ ନୋବେଲ୍ ଶାନ୍ତି ପୁରସ୍କାର ପାଇ ନ ଥିବା ଅନ୍ୟତମ ପ୍ରସିଦ୍ଧ ମହାପୁରୁଷ। ପୁରସ୍କାର ପ୍ରଦାନ ଲାଗି ପାଞ୍ଚ ଥର ପ୍ରସ୍ତାବ ଦିଆଯାଇଥିଲା। ଦୁଇ ଥର ତାଙ୍କ ନାମ ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିଲା।  ୬ ଜୁଲାଇ ୧୯୪୪ରେ ନେତାଜି ସୁଭାଷ ବୋଷ, ସିଙ୍ଗାପୁରରୁ ଏକ ବେତାର ଭାଷଣରେ, ତାଙ୍କୁ ପ୍ରଥମ ଥର ପାଇଁ ‘ଜାତିର ପିତା’ ଭାବେ ସମ୍ବୋଧିତ କରିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ଟେକ୍ସାସ୍ର ହ୍ୟୁସ୍ଟନ୍ର ଅଞ୍ଚଳର ନାମ ‘ମହାତ୍ମା ଗାନ୍ଧୀ ଡିସ୍ଟ୍ରିକ୍ଟ’। ୧୯୬୦ରେ ଭାରତ ସରକାର ମହାତ୍ମାଙ୍କ ସମଗ୍ର ରଚନା ଶହେରୁ ଅଧିକ ଖଣ୍ଡରେ ପ୍ରକାଶ କରିଥିଲେ; ମୋଟ ପୃଷ୍ଠା ସଂଖ୍ୟା ପଚାଶ ହଜାରରୁ ଅଧିକ। ଭାରତ ବାହାରେ ବିଭିନ୍ନ ଦେଶରେ ଗାନ୍ଧୀଙ୍କ ନାମରେ ମୋଟ ୬୮ଟି ମାର୍ଗ ଅଛି। ତନ୍ମଧ୍ୟରୁ ସର୍ବାଧିକ ୨୯ଟି ଅଛି ନେଦର୍ଲାଣ୍ଡରେ ।

ଗାନ୍ଧୀଙ୍କୁ ଉତ୍ସର୍ଗିତ ଭାରତରେ ତିନିଟି ମନ୍ଦିର ଅଛି। ପ୍ରଥମଟି ତିଆରି ହୋଇଥିଲା ଆମ ରାଜ୍ୟର ସମ୍ବଲପୁରରେ। ଅନ୍ୟ ଦୁଇଟି ଅଛି, କର୍ଣ୍ଣାଟକର ଚିକମଗଲୂର ଜିଲ୍ଲାର ନିଦାଘଟ୍ଟା ଓ ତେଲଙ୍ଗାନାର ନାଲଗୋଣ୍ଡା ଅନ୍ତର୍ଗତ ଚିଟୟାଲରେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More