Only for Entertainment

ମହେଶ ବାବୁଙ୍କ ଫିଲ୍ମ ଦେଲା ବଲିଉଡକୁ ଟକ୍କର, ୨୦୦ କୋଟି କ୍ଲବରେ ହେଲା ସାମିଲ

English News
0 55

ନିକଟରେ ରିଲିଜ ହୋଇଥିବା ସୁପରଷ୍ଟାର ମହେଶ ବାବୁଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ‘ଭାରତ ଏଏନ ନେନୁ’ ରିଲିଜ ହେବାର ପ୍ରଥମ ସପ୍ତାହରେ ୧୬୧ କୋଟି ଆୟ କରିବା ସହିତ ଦ୍ୱିତୀୟ ସପ୍ତାହରେ ମଧ୍ୟ ନିଜର ଦବଦବା ବନାଇ ରଖିଛି । ‘ଭାରତ ଏଏନ ନେନୁ’ ୧୨ ଦିନ ମଧ୍ୟରେ ୧୯୨.୭୪ କୋଟି ଆୟ କରିବାରେ ସଫଳ ହୋଇପାରିଛି ।

The-Vision-of-Bharat-Bharat-Ane-Nenu-teaser

ଫିଲ୍ମ ଆମେରିକାରେ ମଧ୍ୟ ୩୫ ଲକ୍ଷ ଡଲାର ଆୟ କରିସାରିଛି । ଫିଲ୍ମ ଚେନ୍ନାଇରେ ୧.୭୫ କୋଟିରୁ ଅଧିକ ଆୟ କରିଛି । କେବଳ ଆମେରିକା ନୁହେଁ ମେହେଶ ବାବୁଙ୍କ ଏହି ପଲିଟିକାଲ ଡ୍ରାମା ଫିଲ୍ମକୁ ଅଷ୍ଟ୍ରେଲିୟା, ଆଫ୍ରିକା, ୟୁରୋପ, ୟୁକେ, ମାଲେସିୟା ପରି ଅନେକ ଦେଶରେ ଦର୍ଶକ ଖୁବ ପସନ୍ଦ କରିଛନ୍ତି ।

Bharat-Ane-Nenu-2

ଏହାକୁ ନଜରରେ ରଖି ଆଶା କରାଯାଉଛି ଯେ ଫିଲ୍ମ ଦୁଇ ସପ୍ତାହରେ ୨୦୦ କୋଟି ଆୟ କରି ତେଲଗୁ ଇଣ୍ଡଷ୍ଟ୍ରୀର ଦ୍ୱିତୀୟ ବଡ ଫିଲ୍ମ ହୋଇପାରିବ । ଫିଲ୍ମରେ ମହେଶ ବାବୁ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More