Only for Entertainment

ମା ନିର୍ମଳାଙ୍କୁ ଅନ୍ତିମ ବିଦାୟ ଦେଲେ ସାଉଥ ସୁପରଷ୍ଟାର ମହେଶ ବାବୁ ।

75

ଟଲିଉଡ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ୭୩ ବର୍ଷରେ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ନାମକରାମଗୁଡ଼ା ସ୍ଥିତ ତାଙ୍କ ଘରକୁ ନିଆଗଲା, ଯେଉଁଠାରେ ପରିବାର ସଦସ୍ୟ ତାଙ୍କୁ ଶ୍ରଦ୍ଧାଂଜଳି ଦେଲେ । ଟଲିଉଡର ପ୍ରାୟ ସବୁ ଷ୍ଟାର ଏହି ଦୁଃଖ ସମୟରେ ସାହସ ଦେବାକୁ ପହଂଚିଥିଲେ ।

ଫଟୋରେ ବିଜୟ ନିର୍ମଳାଙ୍କ ପୁଅ ବା ସାଉଥର ସୁପରଷ୍ଟାର ମହେଶ ବାବୁ ପାର୍ଥିବ ଶରୀରକୁ ଫୁଲ ଚଢାଉଛନ୍ତି । ତାଙ୍କ ପତ୍ନୀ ନମ୍ରତା ବା ଅଭିନେତ୍ରୀ ନମ୍ରତା ଶିରୋଡକର ଶ୍ରଦ୍ଧାଂଜଳି ଦେଇ ଭାବୁକ ହେବାର ନଜର ଆସିଛନ୍ତି ।

ବିଜୟ ନିର୍ମଳାଙ୍କ ପତି ପୁଅ କୃଷ୍ଣା ଏବଂ ପୁଅ ନରେଶ ଖୁବ ଭାବୁକ ହୋଇଥିବାର ନଜର ଆସିଛି । କାର୍ଡ଼ିଆକ ଅରେଷ୍ଟ ପରେ ନିର୍ମଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯାହାପରେ ତାଙ୍କର ମୃତ୍ୟୁ ହେଲା । କହିରଖୁଛୁ ୭ ବର୍ଷ ବୟସରଙ୍କ ନିର୍ମଳା ଶିଶୁ କଳାକାର ଭାବରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ସେ ପ୍ରାୟ ୨୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ଯେଉଁ କାରଣରୁ ତାଙ୍କ ନାମ ଗିନିଜ ବୁକ ରେକର୍ଡ଼ରେ ସ୍ଥାନ ପାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More