Only for Entertainment

ଏହି ଫିଲ୍ମ ଜରିଆରେ ପ୍ରଯୋଜନା କ୍ଷେତ୍ରରେ ପାଦ ଦେବେ ମହେଶବାବୁ

Deccan Chronicle
28

ପ୍ରସିଦ୍ଧ ତେଲୁଗୁ ଅଭିନେତା ମହେଶ ବାବୁ ଏକ ବାୟୋପିକ ଫିଲ୍ମ ତିଆରି କରିବାକୁ ଯାଉଛନ୍ତି । ଏହି ଫିଲ୍ମର ନାମ ସେ ‘ମେଜର’ ରଖିଛନ୍ତି । ଏହାକୁ ନେଇ ମହେଶ ବାବୁ କହିଛନ୍ତି କି, ଏହା ସନ୍ଦୀପ ଅନିକୃଷ୍ଣନଙ୍କ ଜୀବନ ଉପରେ ଆଧାରିତ । ସନ୍ଦୀପଙ୍କ ଉପରେ ଫିଲ୍ମ ତିଆରି କରିବା ତାଙ୍କ ପାଇଁ ସମ୍ମାନର କଥା । ସମ୍ବିତ ଏନଏସଜୀ କମାଣ୍ଡୋ ଥିଲେ । ସେ ୨୬/୧୧ରେ ହୋଇଥିବା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ନିଜ ଜୀବନ ହରାଇଥିଲେ ।

ମହେଶ ବାବୁ ନିଜ ଖୁସି ଜାହିର କରି କହିଛନ୍ତି କି, ଶେଷ ଆଦିିଭ ମଧ୍ୟ ଏହି ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ମହେଶ ବାବୁ ତାଙ୍କ ପ୍ରଡକ୍ସନ ହାଉସ ଆରମ୍ଭ କରିବାକୁ ନେଇ ହୋଇଥିବା ପ୍ରଶ୍ନରେ କହିଛନ୍ତି କି, ପ୍ରଥମ କଥା ଯେ, ମୁଁ କୌଣସି ସକ୍ରିୟ ନିର୍ମାତା ନୁହେଁ । ଜିବିଏମ ଏଣ୍ଟରଟେମେଣ୍ଟ ଆମର ଛୋଟ ପ୍ରଡକ୍ସନ ହାଉସ ଓ ମୁଁ ପୂର୍ବରୁ ମଧ୍ୟ କହି ସାରିଛି କି, ମୁଁ ସିନେମାକୁ ବହୁତ ଭଲପାଏ । କିଛି କାହାଣୀ ଲୋକଙ୍କ ପାଖରେ ପହଞ୍ଚାଇବା ଜରୁରୀ ଅଟେ । ମୁଁ କେବଳ ଏହି ଚେଷ୍ଟା କରିଛି ।

ମହେଶ ବାବୁଙ୍କ କହିବା ଅନୁଯାୟୀ ସନ୍ଦୀପଙ୍କ ଭୂମିକାରେ ସେ ନଜେ ଅଭିନୟ କରିବେ, ସନ୍ଦୀପଙ୍କ ଭୂମିକାରରେ ଅଭିନୟ କରିବା ବହୁତ ବଡ ଗର୍ବର କଥା । ‘ମେଜର’ ନ୍ୟାସନାଲ ହିରୋଙ୍କ ଏକ ବାୟୋପିକ ଫିଲ୍ମ ଅଟେ । ନିଜ ଆଗାମୀ ଫିଲ୍ମକୁ ନେଇ ମହେଶବାବୁ କହିଛନ୍ତି, ‘ମହର୍ଷି’ ଏକ ଏପରି ଫିଲ୍ମ ଯାହା ଅନେକ ଲୋକଙ୍କ ନିଜ କାହାଣୀ ସହିତ ଯୋଡି ହୋଇ ରହିଛି । ସମସ୍ତେ ଏହି ଫିଲ୍ମ ପାଇଁ ବହୁତ ପରିଶ୍ରମ କରିଛନ୍ତି । ଏହା ଆମ ଭଲ ଫିଲ୍ମ ମ୍ମରୁ ଗୋଟିଏ । ଏହି ଫିଲ୍ମ ବିଷୟରେ ମହେଶ ବାବୁ କହିଛନ୍ତି କି, ‘ମହର୍ଷି’ ମଧ୍ୟ ନ୍ୟାସନାଲ ଓ ଇଣ୍ଟରନ୍ୟାସନାଲ ସ୍ତରରେ ରିଲିଜ କରାଯିବ

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More