Only for Entertainment

କମାଲ କରିବେ ପ୍ରଯୋଜକ ମହେଶ ଭଟ୍ଟ ଓ ସୋନୀ । ପ୍ରଥମଥର ପାଇଁ ବଡ ପରଦାରେ ଏକାଠି ଦେଖାଦେବେ ପତି-ପତ୍ନୀ ।

kanak news
0 48

ବଲିଉଡ ପ୍ରଯୋଜକ ମହେଶ ଭଟ୍ଟ ଓ ତାଙ୍କ ପତ୍ନୀ, ଅଭିନେତ୍ରୀ ଓ ନିର୍ଦ୍ଦେଶିକା ସୋନୀ ରାଜଦାନଙ୍କୁ ବଡପରଦାରେ ଏକାଠି ଦେଖିବାକୁ ମିଳିବ । ପ୍ରଥମ ଥର ପାଇଁ ଉଭୟ ଜାତୀୟ ପୁରସ୍କାର ବିଜେତା ସଂଜୟ ନାଗଙ୍କ ଫିଲ୍ମ ‘ୟୋର୍ସ ଟ୍ରୁଲି’ରେ ନଜର ଆସିବେ । ନାଗ ନିକଟରେ ଫିଲ୍ମର ସୁଟିଂ ଶେଷ କରିଛନ୍ତି । ସେ କହିଛନ୍ତି, ଏହି ଫିଲ୍ମରେ ଜଣେ ମହିଳାଙ୍କ ସୁନ୍ଦର ଯାତ୍ରାକୁ ଦର୍ଶାଯାଇଛି ଯେଉଁଥିରେ ତାଙ୍କୁ ଆଶା ନଥିବା ସ୍ଥାନରୁ ଭଲପାଇବା ମିଳିଛି । ମହେଶ ଭଟ୍ଟ ଶନିବାର ଦିନ ଫିଲ୍ମର ପୁରା ଟିମ ସହ ଏକ ସେଲଫି ଟୁଇଟ କରିଥିବା ଦେଖିବାକୁ ମିଳିଛି ।

ମହେଶ ଭଟ୍ଟ ଏହି ଫଟୋର କ୍ୟାପସନରେ ଲେଖିଥିଲେ ସୁଟିଂ ଶେଷ ହୋଇଛି । ‘ୟୋର୍ସ ଟ୍ରୁଲି’ ହୃହୟକୁ ଛୁଇବା ପରି ଏକ ଦମଦାର କାହାଣୀ । ଏହି ଫିଲ୍ମରେ ମୋର କିଛି ବନ୍ଧୁ ଅଛନ୍ତି ଯେଉଁମାନେ ଫିଲ୍ମକୁ ନିର୍ମାଣ କରିଛନ୍ତି । ଏନୀ ଜ୍ୟାଦୀଙ୍କ ପୁସ୍ତକ ‘ଦ ୱାନ ଦାଟ ବସ ଆନାଉଂସଡ’ ଉପରେ ଆଧାରିତ । ଏହି ଫିଲ୍ମ ଏକ ପ୍ରେମ କାହାଣୀ ଯାହା ‘ମିଠି’ ନାମ୍ନୀ ଜଣେ ମହିଳାଙ୍କ ଉପରେ ଆଧାରିତ । ମିଠିଙ୍କ ମତରେ ଭଲପାଇବା ପାଇଁ ବୟସ ପ୍ରାଥମିକତା ହୋଇନଥାଏ । ଭଲପାଇବା ଜଣଙ୍କ ସ୍ୱର ସହିତ ମଧ୍ୟ ହୋଇଥାଏ ଏବଂ ଏଥିରେ ସେହି ବ୍ୟକ୍ତିର ଛବି ସାମ୍ନାକୁ ଆସିଥାଏ ।

ଫିଲ୍ମରେ ଆହାନା କୁମରା ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଫିଲ୍ମଟି ଆସନ୍ତା ବର୍ଷ ରିଲିଜ ହେବ ବୋଲି ସୂଚନା ମିଳିଛି । ଫିଲ୍ମ ବିଷୟରେ ନାଗ କହିଛନ୍ତି ଯେ ପ୍ରତିଭାବାନ କଳାକାରଙ୍କୁ ନେଇ ଫିଲ୍ମ ସୁଟିଂ କରିବାର ଅନୁଭୁତି ଖୁବ ନିଆରା । । ଏହି ଫିଲ୍ମର ଅଧିକାଂଶ ସୁଟିଂ କୋଲକତାରେ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More