Only for Entertainment

୨୭ ବର୍ଷ ପୂର୍ବେ ନିର୍ମାଣ ହୋଇଥିବା ଫିଲ୍ମ ‘ସଡକ’ର ହେବ ସିକ୍ୱଲ, ନିର୍ଦ୍ଦେଶନାକୁ ଫେରିବେ ମହେଶ ଭଟ୍ଟ

DNA India
0 36

ଆଜି ନିଜର ୭୧ ତମ ଜନ୍ମଦିନ ପାଳନ କରୁଥିବା ଫିଲ୍ମ ମେକର ମହେଶ ଭଟ୍ଟ ଲମ୍ବା ବ୍ୟବଧାନ ପରେ ପୁଣିଥରେ ନିର୍ଦ୍ଦେଶନା କ୍ଷେତ୍ରକୁ ଫେରୁଛନ୍ତି । ୯୦ ଦଶକରେ ରିଲିଜ ହୋଇଥିବା ସୁପରହିଟ ଫିଲ୍ମ ‘ସଡକ’ର ସିକ୍ୱଲ ନେଇ ଆସୁଛନ୍ତି ମହେଶ ଭଟ୍ଟ । ୨୭ ବର୍ଷ ପୂର୍ବେ ରିଲିଜ ହୋଇଥିବା ‘ସଡକ’ର ଷ୍ଟାରକାଷ୍ଟ ପୂଜା ଭଟ୍ଟ ଏବଂ ସଂଜୟ ଦତ୍ତଙ୍କ ସହିତ ଏହି ସିକ୍ୱଲ ଫିଲ୍ମ ‘ସଡକ-୨’ରେ ଆଲିଆ ଏବଂ ଆଦିତ୍ୟ ରୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ଆଲିଆ ପିତା ମହେଶ ଭଟ୍ଟଙ୍କ ନିର୍ଦ୍ଦେଶନାରେ କାମ କରିବା ସହିତ ଭଉଣୀ ପୂଜା ଭଟ୍ଟଙ୍କ ସହିତ ସ୍କ୍ରିନ ସେୟାର କରିବେ । ୨୩ ବର୍ଷ ପରେ ଅଭିନେତା ସଂଜୟ ଦତ୍ତ ମହେଶ ଭଟ୍ଟଙ୍କ ସହିତ କୌଣସି ଫିଲ୍ମରେ କାମ କରିବେ । ଏହା ପୂର୍ବରୁ ଶେଷ ଖର ପାଇଁ ଦୁହେଁ ୧୯୯୩ରେ ଗୁମରାହରେ କାମ କରିଥିଲେ ।

sadak-2-759

ଜନ୍ମଦିନ ଅବସରରେ ଡିଏନଏ ସହିତ ଆଲୋଚନା କରି ମହେଶ ଭଟ୍ଟ କହିଥିଲେ, “ମୁଁ ଏବେ ଅନ୍ତିମ ପର୍ଯ୍ୟାୟରେ ଅଛି । ସେଥିପାଇଁ ଫିଲ୍ମ ‘ସଡକ-୨’ ମୋ ପାଇଁ ଖୁବ ମହତ୍ୱପୂର୍ଣ୍ଣ । ଆଲିଆ ସବୁବେଳ ମୋତେ କହିଥାଏ ପାପା ଗୋଟିଏ ଫିଲ୍ମ କର । କିନ୍ତୁ ମୁଁ ତାକୁ କହିଥାଏ ମୁଁ ଏକ ବିଲୁପ୍ତ ଜ୍ୱାଳାମୁଖୀ ପରି କିନ୍ତୁ ହଠାତ ଏହି ଜ୍ୱାଳାମୁଖୀରୁ କିଛି ଶବ୍ଦ ଶୁଣିବାକୁ ମିଳିଥାଏ ।”

ଆଲିଆ ଭଟ୍ଟଙ୍କ ସହିତ କାମ କରିବାକୁ ନେଇ ମହେଶ ଭଟ୍ଟ ଖୁବ ରୋମାଞ୍ଚିତ ଅଛନ୍ତି । କିନ୍ତୁ ଆଲିଆଙ୍କ ଠାରୁ ସେ ସଂଜୟ ଦତ୍ତଙ୍କ ସହିତ କାମ କରିବାକୁ ନେଇ ଉତ୍ସାହିତ ଅଛନ୍ତି । ମହେଶ ଭଟ୍ଟ ଏହା ମଧ୍ୟ କହିଛନ୍ତି ଯେ ଜୀବନଟା ଏକ ସର୍କଲ ପରି । ଯଦି କୈଣସି ଆକ୍ଟର ମୋ ଉପରେ ଭରସା କରିଛନ୍ତି ଏବଂ ନିଜକୁ ମୋ ପାଖରେ ଆତ୍ମସମର୍ପଣ କରିଛନ୍ତି ସେ ହେଉଛନ୍ତି ସଂଜୟ ଦତ୍ତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More