Only for Entertainment

ଆଲିୟାଙ୍କ ଫିଲ୍ମ ଫ୍ଲପ ହେବା ପରେ ମଧ୍ୟ ଏହି ବ୍ୟକ୍ତି କରିଥିଲେ ସେଲିବ୍ରେଟ !

17

ଏବେ ନିଜ ଦମ୍‌ଦାର ଅଭିନୟ ପାଇଁ ବଲିଉଡ୍‌ରେ ଆଗଧାଡ଼ିର ନାୟିକା ପାଲଟିଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇୟର’ରୁ ସେ ବଲିଉଡ୍‌ରେ ଡେବ୍ୟୁ କରିବା ପରେ ପ୍ରଥମ ଫିଲ୍ମରୁ ହିଁ ସେ ଦର୍ଶକଙ୍କ ମନ କିଣି ନେଇଥିଲେ,  ଯାହା ପରେ ତାଙ୍କୁ ଗୋଟେ ପରେ ଗୋଟେ ଫିଲ୍ମ ମିଳି ଚାଲିଥିଲା । ତେବେ ନିଜ ଫିଲ୍ମ କ୍ୟାରିୟରରେ ସେ ଅନେକ ହିଟ୍‌ ଫିଲ୍ମ ଦେଇଥିବା ବେଳେ ଅନେକ ଫ୍ଲପ୍‌ ଫିଲ୍ମ ମଧ୍ୟ ଦେଇଛନ୍ତି । ଫିଲ୍ମ ଫ୍ଲପ୍‌ ହେବା ନେଇ ଆଲିଆ ଦୁଃଖୀ ହେଉଥିବା ବେଳେ ତାଙ୍କ ବାପା ମହେଶ ଭଟ୍ଟ ଖୁସୀ ହେଉଥିଲେ ବୋଲି ଜଣା ପଡ଼ିଛି ।

ଆଲିଆଙ୍କ ଅଭିନୀତ ଫିଲ୍ମ ‘ଶାନ୍‌ଦାର’ ଫ୍ଲପ୍‌ ହେବା ପରେ ମହେଶ ଭଟ୍ଟ ଖୁସି ହୋଇ ପାର୍ଟି କରିଥିଲେ । ତାଙ୍କ ହିସାବରେ ସବୁବେଳେ ସଫଳତା ମିଳି ନ ଥାଏ । ସମସ୍ତଙ୍କୁ ବିଫଳତାର ସ୍ୱାଦ ଚାଖିବା ନିହାତି ଦରକାର । ସେଥିରୁ ମଣିଷ ଅନେକ କିଛି ଶିଖିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More