Only for Entertainment

ଲୁଚିଛପାରେ ବିବାହ କଲେ ଏହି ଅଭିନେତ୍ରୀ, ପ୍ରଥମ ଫିଲ୍ମ ପାଇଁ ମିଳିଥିଲା ନ୍ୟାସନାଲ ଆୱାର୍ଡ ।

DNA India
49

ବଲିଉଡରେ ଏବେ ବିବାହର ଟ୍ରେଣ୍ଡ ଚାଲିଛି । ବର୍ଷର ଶେଷରେ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଇତି ମଧ୍ୟରେ ଟିଭି କଳାକାର ମାନେ ମଧ୍ୟ ହାତକକୁ ଦୁଇ ହାତ ହେବାର ଦେଖିବାକୁ ମିଳୁଛି । ଟିଭି ଅଭିନେତ୍ରୀ ଆଦିତି ଗୁପ୍ତା ଏବଂ ପରୁଲ ଚୌଧୁରୀଙ୍କ ପରେ ଏବେ ଅଭିନେତ୍ରୀ ଶ୍ୱେତା ପ୍ରସାଦ ବାସୁ ଲୁଚାଛପା ଭାବେ ବିବାହ କରିଛନ୍ତି । ଶ୍ୱେତା ନିଜ ସୋସିଆଲ ମିଡିଆରେ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ ।

ଶ୍ୱେତା ବୟଫ୍ରେଣ୍ଡ ରୋହିତ ମିତ୍ତଲଙ୍କୁ ବଙ୍ଗାଳୀ ରୀତିନୀତିରେ ବିବାହ କରିଛନ୍ତି । ସେ ୪ ବର୍ଷରୁ ରୋହିତଙ୍କୁ ଡେଟ କରୁଥିଲେ । ଏହା ପରେ ଦୁହେଁବିବାହ କରିବାର ନିର୍ଣ୍ଣୟ ନେଇଛନ୍ତି । ବିବାହ ପପରେ ଦୁହେଁ ମୁମ୍ବାଇରେ ରିସେପ୍ସନ ପାର୍ଟି ଦେବେ ।

 

କହିରଖୁଛୁ ଯେ,ଶ୍ୱେତା ଶିଶୁ କଳାକରା ଭାବେ ଫିଲ୍ମ ‘ମକଡୀ’ରେ ବଲିଉଡ ଏଣ୍ଟ୍ରି କରିଥିଲେ । ଏହି ଫିଲ୍ମ ପାଇଁ ତାରଙ୍କୁ ୨୦୦୨ରେ ନ୍ୟାସନାଲ ଆୱାର୍ଡ ମିଳିଥିଲା । ଟିଭି ସିରିଏଲ ଚନ୍ଦ୍ର ନନ୍ଦିନୀରେ ମଧ୍ୟ ଶ୍ୱେତାଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶ୍ୱେତା ଏକ ଜଣାଶୁଣା ନାମ ।

sweta

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More