Only for Entertainment

ସ୍ନାନ ପୂର୍ବରୁ କରନ୍ତୁ ଏହି ସବୁ ଶୁଭ କାର୍ଯ୍ୟ, ସାରା ଦିନ ହେବ ମଙ୍ଗଳମୟ ।

0 75

ଶାସ୍ତ୍ର ଅନୁସାରେ ସ୍ନାନ ପରେ ବ୍ୟକ୍ତି ଶୁଦ୍ଧ ହୋଇଥାଏ । ତାହାପରେ ବ୍ୟକ୍ତି ଯେଉଁ କାର୍ଯ୍ୟ କରିଥାଏ,ତାହା ଶୁଭ ହୋଇଥାଏ । କିନ୍ତୁ ଏଭଳି କିଛି କାର୍ଯ୍ୟ ରହିଛି ଯାହାକୁ ସ୍ନାନ ପୂର୍ବରୁ କରିବା ଦ୍ୱାରା ଶୁଭ ହୋଇଥାଏ ଏବଂ ଦେବୀ ଓ ଦେବତାଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

ସକାଳେ ଉଠିବା ପରେ ବେଡରେ ଥାଇ ଏହି ମନ୍ତ୍ର ଜପ କରିବା ଉଚିତ । ଓଁ ବ୍ରହ୍ମା ମୁରାରିସ୍ତ୍ରିପୁରାନ୍ତକାରୀ ଭାନୁଃ ଶଶୀ ଭୂମିସୁତୋ ବୁଦ୍ଧଶ୍ଚ ଗୁରୁଶ୍ଚ ଶୁକ୍ରଃ ଶନି ରାହୁ କେତବଃ ସର୍ବେ ଗ୍ରହା ଶାନ୍ତିକରା ଭବନ୍ତୁ ।
ଅର୍ଥାତ ହେ ବ୍ରହ୍ମା, ବିଷ୍ଣୁ ଏବଂ ଶିବ ମୁଁ ଆପଣଙ୍କୁ ନମସ୍କାର କରୁଛି । ହେ ତ୍ରିଦେବ ଆପଣ ସୂର୍ଯ୍ୟ,ଚନ୍ଦ୍ର,ମଙ୍ଗଳ,ବୁଦ୍ଧ,ଗୁରୁ,ଶୁକ୍ର,ଶନି,ରାହୁ,କେତୁ ସମସ୍ତ ଗ୍ରହଙ୍କ ଅଶୁଭ ପ୍ରଭାବକୁ ଶାନ୍ତ କରନ୍ତୁ । ଏହି ଗ୍ରହ ମୋ ଜୀବନରେ ଶୁଭ ପ୍ରଭାବ ପକାନ୍ତୁ ।

 

ତେବେ ନିଜ ଈଷ୍ଟ ଦେବଙ୍କୁ ସ୍ମରଣ କରି ନିଜର ଦୁଇ ହାତକୁ ଦେଖି ଏହି ମନ୍ତ୍ରକୁ ଜପ କରିବା ଉଚିତ । କାରଣ କୁହାଯାଏଯେ ହାତ ମଧ୍ୟରେ ମହାଲକ୍ଷ୍ମୀ, ସରସ୍ୱତୀ ଏବଂ ଭଗବାନ ବିଷ୍ଣୁ ବାସ କରନ୍ତି । ତେବେ ଏଭଳି କରିବା ଦ୍ୱରା ଆତ୍ମବଳ ବଢିଥାଏ ଏବଂ ସକରାତ୍ମକ ଶକ୍ତି ସଂଚାର ହୋଇଥାଏ । ଆମ ଜୀବନରେ ହାତର ଖୁବ ମହତ୍ତ୍ୱ ରହିଛି । ଏହା ପୁରୁଷାର୍ଥର ପ୍ରତୀକ ଅଟେ । ଏହା ମଧ୍ୟ ବିଶ୍ୱାସ କରାଯାଏଯେ ଭାଗ୍ୟ ହାତରେ ହିଁ ଲେଖା ହୋଇଥାଏ । ହାତକୁ ଦେଖିବା ସମୟରେ ମନରେ ସଂକଳ୍ପ ନେବାର ଅଛିଯେ ପରିଶ୍ରମ କରି ଦରିଦ୍ରତା ଏବଂ ଅଜ୍ଞାନକୁ ଦୂର କରିବି ଏବଂ ଜଗତର କଲ୍ୟାଣ କରିବି ।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ସବୁ ନିୟମକୁ ପାଳନ କରିବା ଦ୍ୱାରା ଜୀବନରୁ ଦୁଃଖ ଦୂର ହୋଇଥାଏ ଏବଂ ସମୃଦ୍ଧି ବଢିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More