Only for Entertainment

ଭାରତ ରତ୍ନ ‘ମଦର ଟେରେସା’ଙ୍କ ଜୀବନ ଉପରେ ନିର୍ମାଣ ହେବ ବାୟୋପିକ, ଜାଣନ୍ତୁ କ’ଣ ରହିଛି ଏହାର ନାଁ

tavishi dogra twitter
42

ଗତ କିଛି ସମୟରୁ ବଲିଉଡରେ ବାୟୋପିକର ଟ୍ରେଣ୍ଡ ଚାଲିଛି । ବଡ ପରଦାରେ ରିସଲିଜ ହେଉଥିବା ବାୟୋପିକ ଦର୍ଶକଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି । ଏବେ ଏହି ଲିଷ୍ଟରେ ଆଉ ଏକ ନା ମ ସାମିଲ ହେବାକୁ ଯାଉଛି । ଆଜ୍ଞା ହଁ, ମଦର ଟେରେସାଙ୍କ ଜୀବନ ଉପରେ ଖୁବ ଶୀଘ୍ର ବାୟୋପିକ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏହି ଫିଲ୍ମର ନାମ ‘ ମଦର ଟେରେସା : ଦ ସନ୍ତ’ ରଖାଯାଇଛି । ମେକର୍ସ ସୋସିଆଲ ମିଡିଆରେ ଫିଲ୍ମର ପୋଷ୍ଟର ରିଲିଜ କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ସୀମା ଉପାଧ୍ୟାୟ ଏହି ବାୟୋପିକ ଫିଲ୍ମର କାହଣୀ ଲେଖିବା ସହିତ ଏହାର ନିର୍ଦ୍ଦେଶନା ହେବ । ଭାରତ ରତ୍ନ ପାଇଥିବା ମଦର ଟେରେସାଙ୍କ ଚରିତ୍ରରେ କେଉଁ ଅଭିନେତ୍ରୀ ନଜର ଆସିବେ ତାହାର ଖୁଲାସା ଏପର୍ଯ୍ୟନ୍ତ ହୋଇନାହିଁ । କିନ୍ତୁ ଖବର ଅନୁସାରେ ମଦର ଟେରେସାଙ୍କ ଭୂମିକା ପାଇଁ ହଲିଉଡ ଠାରୁ ଆରମ୍ଭ କରି ବଲିଉଡ ପର୍ଯ୍ୟନ୍ତ ଅନେକ ବଡ ବଡ ଅଭିନେତ୍ରୀଙ୍କୁ ଆପ୍ରୋଚ କରାଯାଇଛି । ତେବେ ଫିଲ୍ମ ନିର୍ମାତା କାହକୁ ଫାଇନାଲ କରିବେ ତାହା ତ ଆଗକୁ ଜଣା ପଡିବ ।

ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହା ପ୍ରଥମଥର ନୁହେଁ ମଦର ଟେରେସାଙ୍କ ଉପରେ ଫିଲ୍ମ ନିର୍ମାଣ କରାଯାଉଛି । ଏହା ପୂର୍ବରୁ ତାଙ୍କ ଉପରେ ଡକ୍ୟୁମେଣ୍ଟାରୀ ଫିଲ୍ମ ନିର୍ମାଣ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More