Only for Entertainment

ମାର୍ଚ୍ଚରେ ରିଲିଜ ହେବ ନାହିଁ ଅର୍ଜୁନ-ପରିଣୀତିଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’, ଏହା ହେଉଛି କାରଣ…

filmfare
35

ବଲିଉଡ ଇଣ୍ଡଷ୍ଟ୍ରୀରେ ବକ୍ସ ଅଫିସରେ ଫିଲ୍ମ ଗୁଡିକର ସାମ୍ନା ସାମ୍ନୀ ହେବା ସାଧାରଣ କଥା । କିଛି ମେକର୍ସ ଖୁସି ହୁଅନ୍ତି କି କିଛି ଫିଲ୍ମ ଆସିବ ଯାହା ତାଙ୍କୁ ବକ୍ସ ଅଫିସରେ ଟକ୍କର ଦେବ । ସେହିପରି ଅନ୍ୟ କିଛି ମେକର୍ସ ଫିଲ୍ମର ସାମ୍ନା ସାମ୍ନୀରୁ ବଂଚିବା ପାଇଁ ରିଲିଜ ଡେଟକୁ ଆଗାକୁ ବଢାଇ ଦେଇଥାନ୍ତି । ଏହିପରି କିଛି ହୋଇଛି ଅର୍ଜୁନ କପୁର ଏବଂ ପରିଣୀତିଙ୍କ ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ ସହିତ । ଶୁଣିବାକୁ ମିଳିଛି ଯେ ଫିଲ୍ମର ମେକର୍ସ ଏହାର ରିଲିଜ ଡେଟକୁ ଘୁଂଚାଇ ଦେଇଛନ୍ତି ।

ୟଶରାଜ ଫିଲ୍ମସର ନିକଟ ସୂତ୍ରରୁ ଖବର ମିଳିଛି ଯେ, ଅର୍ଜୁନ-ପରିଣୀତିଙ୍କ ଏହି ଫିଲ୍ମ ଏକ ମଲ୍ଟିପ୍ଲେକ୍ସ ଥ୍ରିଲର ଫିଲ୍ମ । ସେଥିପାଇଁ ଫିଲ୍ମକୁ କ୍ଲିନ ରିଲିଜ ପିରିୟଡର ଆବଶ୍ୟକତା ରହିଛି । ସେଥିପାଇଁ ମାର୍ଚ୍ଚ ୧ରେ ରିଲିଜ ହେବାକୁ ଥିବା ‘ସେନିଚିରିୟା’ ଏବଂ ‘ଲୁକାଛୁପି’ ସହିତ ଏହି ଫିଲ୍ମକୁ ରିଲିଜ କରାଯିବ ନାହିଁ । ମେକର୍ସ ଚାହୁଁନାହାଁନ୍ତି ଯେ ବକ୍ସ ଅଫିସରେ ଏହି ଫିଲ୍ମ ସହିତ ଅନ୍ୟ ଦୁଇଟି ଫିଲ୍ମର ଟକ୍କର ହେଉ । ସେଥିପାଇଁ ୟଶରାଜ ଫିଲ୍ମର ରିଲିଜ ଡେଟକୁ ଆଗକୁ ବଢାଇବା ପାଇଁ ନିର୍ଣ୍ଣୟ ନେଇଛନ୍ତି ।

arjun and pari

ଫିଲ୍ମ ‘ସନ୍ଦୀପ ଔର ପିଙ୍କି ଫରାର’ ବିଷୟରେ କହିବାକୁ ଗଲେ ଫିଲ୍ମର କାହଣୀ ଏପରି ଦୁଇ ପୁଇ-ଝିଅ ଉପରେ ଆଧାରିତ ଯେ ପରସ୍ପର ଠାରୁ ସଂପୂଣ୍ଣ ଭିନ୍ନ । ଫିଲ୍ମରେ ଅର୍ଜୁନ ଜଣେ ହରିଆଣା ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଅନ୍ୟପକ୍ଷରେ ପରିଣୀତିଙ୍କୁ କର୍ପୋରେଟ ସେକ୍ଟରରେ କାମ କରୁଥିବା ମହିଳା ଭୂମିକାରେ ଦେଖିବାକୁ ମିଳିବ । ଦୁହେଁ କିପରି ପରସ୍ପର ଠାରୁ ଏତେ ଭିନ୍ନ ହୋଇ ପ୍ରେମରେ ପଡିଲେ ତାହା ଫିଲ୍ମରେ ଦେଖିବାକୁ ପାଇବେ ଦର୍ଶକ । ଦିବାକର ବାନର୍ଜୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More