Only for Entertainment

ରିଲିଜ ହେଲା ଫିଲ୍ମ ‘ଭାରତ’ର ମେକିଂ ଭିଡିଓ, ଦେଖନ୍ତୁ ପରଦା ପଛର କିଛି କାହାଣୀ

google
37

ଇଦରେ ନିଜ ଫ୍ୟାନ୍ ମାନଙ୍କୁ ଉପହାର ଦେବେ ସୁପରଷ୍ଟାର୍ ସଲମାନ୍ ଖାନ । କାରଣ ଏହି ଦିନ ପରଦାକୁ ଆସିବ ଚଳଚ୍ଚିତ୍ର ଭାରତ । ଏକ ଆକ୍ସନ୍ – ଡ୍ରାମା କାହାଣୀକୁ ନେଇ ଚଳଚ୍ଚିତ୍ର ଭାରତ ପ୍ରସ୍ତୁତ ହୋଇଥିବାବେଳେ, ଏଥିରେ କ୍ୟାଟ୍ରିନା କୈଫ୍, ଦିଶା ପାଟନୀ, ଜ୍ୟାକି ଶ୍ରଫ୍, ସୁନୀଲ୍ ଗ୍ରୋବର୍ ଆଦି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ।

ଭାରତ – ପାକିସ୍ତାନ ପାର୍ଟିସନ୍ ଠାରୁ ଆରମ୍ଭ ହୁଏ ‘ଭାରତ’ର କାହାଣୀ । ଏମିତି ଏକ ଷ୍ଟୋରିଲାଇନ୍ କୁ ନେଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ଭାରତ । ଆଉ ସେହି ସମୟର ଦୃଶ୍ୟକୁ ସିନେମାରେ ଦେଖାଇବା ପାଇଁ କିଛି ସେହିପରି ସେଟ୍ ପ୍ରସ୍ତୁତ କରିଛନ୍ତି ଭାରତ ମେକର୍ । ଯାହା ଦେଖିବାକୁ ମିଳିଛି ରିଲିଜ୍ ହୋଇଥିବା ମେକିଂ ଭିଡିଓରେ ।

ଏହି ଭିଡିଓରେ ଭାରତ ସୁଟିଂ ସମୟର ଅନେକ ଦୃଶ୍ୟ ଓ ତା ପଛର କାହାଣୀ ବଖାଣିଛନ୍ତି ମେକର୍ । ୧୯୪୦ ମସିହାର ଭାରତର ଦୃଶ୍ୟ ଦେଖାଇବା ପାଇଁ ସେହିପରି ସୁଟିଂ ସେଟ୍ ଭି କରାଯାଇଛି । ଯାହା ପାଇଁ ସେହି ସମୟର ଲୋକଙ୍କ ସହ କଥା ହୋଇ, ସେହି ସମୟର ଫଟୋଗ୍ରାଫ୍ ଗୁଡିକର ରେଫରେନ୍ସ ମଧ୍ୟ ନେଇଛନ୍ତି । ଆଉ ଏହି ମେକିଂ ଭିଡିଓରେ ଭାରତ – ପାକିସ୍ତାନ ସମୟର ପାର୍ଟିସନ୍ ପଛର କାହାଣୀ ଦେଖିବାକୁ ମିଳିଛି । ଫିଲ୍ମରେ ଅଭିନେତା ସଲମାନ୍ ଖାନଙ୍କୁ ଭାରତ ଚରିତ୍ରରେ ଦେଖିବାକୁ ମିଳିବ ।

ଫିଲ୍ମଟିର ସୁଟିଂ ଜୁନ୍, ୨୦୧୮ରେ ଆରମ୍ଭ ହୋଇଥିଲା । ଏହାର ସୁଟିଂ ଦିଲ୍ଲୀ, ପଂଜାବ ସମେତ, ଆବୁ ଧାବି, ସ୍ପେନ୍ ଓ ମାଲ୍ଟା ସହରରେ କରାଯାଇଛି । ଏଥିରେ ସଲମାନ୍ଙ୍କ ବିପକ୍ଷରେ ନାୟିକା ଭାବେ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କୁ ଦେଖିବାକୁ ମିଳିବ । ଏହାଛଡା ଅଭିନେତ୍ରୀ ଦିଶା ପଟାନୀଙ୍କୁ ଅନ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ଏମାନଙ୍କ ବ୍ୟତୀତ ତବୁ, ସୁନୀଲ୍ ଗ୍ରୋବର୍, ଜ୍ୟାକି ଶ୍ରଫ୍ ଆଦି କଳାକାରଙ୍କ ବଳିଷ୍ଟ ଅଭିନୟର ମଜା ନେଇପାରିବେ ଦର୍ଶକ । ଚଳଚ୍ଚିତ୍ର ‘ଭାରତ’ର ନିର୍ଦ୍ଦେଶନା ଅଲ୍ଲି ଅବାସ୍ ଜାଫର୍ ତୁଲାଇଥିବାବେଳେ, ସିନେମାଟି ଜୁନ୍ ୫ରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More