Only for Entertainment

ରିଲିଜ ହେଲା ‘ଓ ସାକି ସାକି’ର ମେକିଂ ଭିଡିଓ, ନଜର ଆସିଲା ଗୀତ ପଛରେ ନୋରାଙ୍କ ପରିଶ୍ରମର କାହଣୀ

Hungama
62

ବଲିଉଡରେ ଏବେ ରିମେକଲର ଟ୍ରେଣ୍ଡ ଚାଲିଛି । ପୁରୁଣା ମନଛୁଆଁ ଗୀତକୁ ରିମେକ୍ କରି ଭିନ୍ନ ଶୈଳୀରେ ଭେଟିଦେବାକୁ ପ୍ରୟାସ୍ କରୁଛନ୍ତି ଫିଲ୍ମ ମେକର୍ ମାନେ । ଆଉ ନିକଟରେ ରିଲିଜ୍ ହୋଇଥିବା ଏମିତି ହିଁ ଏକ ଗୀତର ରିମେକ୍ ଭର୍ସନ ସବୁଆଡେ ଚହଳ ସୃଷ୍ଟି କରିଛି । ଏହା ହେଉଛି ଆଗାମୀ ଫିଲ୍ମ ବାଟଲା ହାଉସରେ ସ୍ଥାନ ପାଇବାକୁ ଥିବା ଗୀତ ‘ଓ ସାକି ସାକି’ । ପୂର୍ବରୁ ଗୀତଟି ରିଲିଜ୍ ହୋଇସାରିଥିବାବେଳେ ଏବେ ଆସିଛି ଏହାର ମେକିଂ ଭିଡିଓ ।

ମେକିଂ ଭିଡିଓରେ ସୁଟିଂ ସେଟରେ ଅଭିନେତ୍ରୀ ନୋରା ଫତେହିଙ୍କ ଜଲୱା ଦେଖିବାକୁ ମିଳିଛି । ସୁଟିଂ ଲୋକେସନରେ ଟେକ୍ନିସିଆନ୍ ଓ ଡ୍ୟାନ୍ସରଙ୍କ ଗହଣରେ ନଜର ଆସିଛନ୍ତି ଅଭିନେତ୍ରୀ ନୋରା ଫତେହି । ନିଖିଲ୍ ଆଡଭାନୀଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ନୋରାଙ୍କୁ ଆଇଟମ୍ ଗର୍ଲ ଭାବେ ଦେଖିବାକୁ ମିଳିବ । ପୁରା ଟିମ୍ ଗୀତ ସୁଟିଂ କରିବାରେ ଲାଗି ପଡିଛନ୍ତି । ଏହାସହିତ ସୁଟିଂ ବେଳେ ସେଟରେ ପ୍ରଯୋଜକ ଭୂଷଣ କୁମାର୍ ଅଭିନେତା ଜନ୍ ଆବ୍ରାମ୍ ଓ ନିର୍ଦ୍ଦେଶକ ନିଖିଲ୍ ଆଡଭାନୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି ।

ଭିଡିଓରେ ସମସ୍ତେ ଗୀତ ପଛର କାହାଣୀ ବଖାଣୁଥିବା ଦେଖିବାକୁ ମିଳିଛି । ଏହି ଗୀତ ପାଇଁ ନୋରା ଅନେକ ପରିଶ୍ରମ କରିଥିବା ଦେଖିବାକୁ ମିଳିଛି । ଫାୟାର୍ ସହ ଡ୍ୟାନ୍ସ ଆଉ ତା ଉପରେ ଡିଫିକଲ୍ଟ ଡ୍ୟାନ୍ସ ମୁଭସକୁ ନୋରା କଷ୍ଟ ହେଉଥିଲେ ବି କରିବାକୁ ପଛାଇନାହାଁନ୍ତି ।

ସ୍ରୋତା ଓ ଦର୍ଶକ ଓ ସାକି ସାକି ର ରିମେକ୍ ଭର୍ସନକୁ ଖୁବ ପସନ୍ଦ କରିଛନ୍ତି । ଏହି ଗୀତକୁ କମ୍ପୋଜ କରିଛନ୍ତି ତନିଷ୍କ ବାଗ୍ଚି । ୨୦୦୪ ମସିହାର, ଚଳଚ୍ଚିତ୍ର ମୁଶାଫିରରେ ସ୍ଥାନ ପାଇଥିବା ଗୀତ ‘ସାକି ସାକି’ର ଏହା ହେଉଛି ରିମେକ୍ । ନୂଆ ଭର୍ସନ୍ ଗୀତରେ ଶୁଣିବାକୁ ମିଳିଛି ନେହା କକ୍କର୍, ତୁଲସି କୁମାର୍ ଓ ବି ପ୍ରାକଙ୍କ ଗାୟିକୀ । ଗୀତରେ ଲିରିକ୍ସ ଦେବା ସହ ସଙ୍ଗୀତର ଭାର ତୁଲାଇଛନ୍ତି ତନିଷ୍କ ବାଗଚି । ସିନେମାଟି ୨୦୦୮ ଦିଲ୍ଲୀ ବାଟ୍ଲା ହାଉସ୍ ସ୍ଥିତ ହୋଇଥିବା ଏକ ଏନ୍କାଉଁଟର୍ ଘଟଣାକୁ ନେଇ ଗତିଶୀଳ ହୋଇଛି । ଆଉ ଏଥିରେ ଅଭିନେତା ଜନ୍ ଆବ୍ରାହମଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ । ୧୫ ଅଗଷ୍ଟ ସ୍ୱାଧିନତା ଦିବସ ଅବସରରେ ମୁକ୍ତିଲାଭ କରିବ ‘ବାଟଲା ହଉସ୍’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More