Only for Entertainment

ପରଦା ଉପରେ କମାଲ କରିବା ପରେ ଆସିଲା ସନ୍ନି ସିଂଙ୍କ ନୂଆ ଭିଡିଓ, ଅଭିନେତାଙ୍କ ମେକଅପର ଭିଡିଓ ଜାରି !

18

ହ୍ୟାଣ୍ଡସମ ହିରୋ ସନ୍ନି ସିଂ । ନିଜ ପ୍ରଥମ ଫିଲ୍ମରେ ଷ୍ଟାଇଲିସ ଓ ସ୍ମାଟ ଲୁକରେ ନଜର ଆସିଥିଲେ । ତେବେ ୨ୟ ଫିଲ୍ମରେ ଦର୍ଶକ ତାଙ୍କୁ ଏକଦମ ଅଲଗା ରୂପରେ ଦେଖିବାକୁ ପାଇଲେ । ଫିଲ୍ମ ଉଜଡା ଚମନ ଟିମ ଏବେ ସନ୍ନିଙ୍କ ଏହି ଲୁକ ସମ୍ବନ୍ଧରେ କିଛି ଜଣାଅଜଣା କଥା ସେୟାର କରିଛନ୍ତି । ପ୍ରଡକ୍ସନ ହାଉସ ଜାରି କରିଛି ଅଭିନେତାଙ୍କ ମେକଅପର ମେକିଂ ଭିଡିଓ ।

ସନ୍ନି ସିଂ । ଫିଲ୍ମ ଉଜଡା ଚମନରେ ଚନ୍ଦାପଣ ଶିକାର ହୋଇ ଜୀବନରେ ସଂର୍ଘଷ କରୁଥିବା ଜଣେ ମଧ୍ୟବିତ ପରିବାରର ଯୁବକ ଚରିତ୍ରରେ ସେ ଅଭିନୟ କରିଥିଲେ । ଦର୍ଶକ ସନ୍ନିଙ୍କ ଏହି ଲୁକକୁ ଯେତିକି ପସନ୍ଦ କରିଥିଲେ ସେତିକି ଆଶ୍ଚର୍ଯ୍ୟ ବି ହୋଇଥିଲେ । ହ୍ୟାଣ୍ଡସମ ହଙ୍କ୍ ହଠାତ ଏହି ଚନ୍ଦା ଲୁକ ରେ ନଜର ଆସିବା ପରେ ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ମଧ୍ୟ ଉଠିଥିଲା । ତେବେ ଫିଲ୍ମ ରିଲିଜ ହୋଇଛି । ଦର୍ଶକ ଫିଲ୍ମକୁ ପସନ୍ଦ କରୁଛନ୍ତି । ଏହା ଭିତରେ ଏବେ ପ୍ରଡକ୍ସନ ହାଉସ ଏକ ଭିଡିଓ ଜାରି କରିଛି ଯେଉଁଥିରେ ସନ୍ନିଙ୍କ ଏହି ଲୁକ ଉପରୁ ଉଠିଛି ପର୍ଦ୍ଦା । ଭିଡିଓ କହିଛି ପରଦା ପଛ କଥା । ମେକଅପ ଟିମ କହିଛି ସନ୍ନିଙ୍କ ଏହି ଲୁକ ପାଇଁ ପ୍ରତିଦିନ ୨ରୁ ୩ଘଂଟା ପରିଶ୍ରମ କରିବାକୁ ପଡୁଥିଲା । ପ୍ରତ୍ୟେକ ଦିନ ସକାଳେ ସନ୍ନି ସେଟରେ ପହଁଚି ପ୍ରାୟ ଅଢେଇ ଘଂଟା ଦେଉଥିଲେ ଏହି ଲୁକ ପାଇଁ ।

ବେଶ ଧର୍ଯ୍ୟର ସହ ସନ୍ନି ମେକଅପ ନେବା ସହ ଟିମୁ କରୁଥିଲେ ପୂରା ସହଯୋଗ । ଅନ୍ୟପଟେ ଅଭିନେତା କହିଛନ୍ତି ଚନ୍ଦାପଣର ଶିକାର ହୋଇଥିବା ଜଣେ ଯୁବକ ଚରିତ୍ରରେ ଅଭିନୟ ତାଙ୍କ ପାଇଁ ଚ୍ୟାଲେଞ୍ଜ ଥିଲା । ତେବେ ନିର୍ଦ୍ଦେଶକ ଅଭିଷେକ ପାଠକ ତାଙ୍କ ଉପରେ ଭରସା ପ୍ରକାଶ କରି ତାଙ୍କୁ ଏହି ଅଫର ଦେବା ପରେ ସେ ଏହାକୁ ମନା କରିପାରିନଥିଲେ । ଚ୍ୟାଲେଞ୍ଜ ସହ ପ୍ରତ୍ୟେକ ଦିନ ୩ଘଂଟା ମେକଅପ । ସବୁ ଭିତରେ ନୂଆ ଲୁକକୁ ତାଙ୍କ ଫ୍ୟାନ ପସନ୍ଦ କରିଥିବା ଯୋଗୁଁ ବେଶ ଖୁସି ପ୍ରକାଶ କରିଛନ୍ତି ଅଭିନେତା ସନ୍ନି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More