Only for Entertainment

ରିଲିଜ ହେଲା ସୈଫ ଅଲ୍ଲୀ ଖାନଙ୍କ ଫିଲ୍ମ ‘ବାଜାର୍’ ସଙ୍ଗ ମେକିଂ ଭିଡିଓ, ‘ଅଧୁରା ଲଫଜର’ ସୁଟିଂ ବେଳେର ଅନୁଭୂତି ବଖାଣିଲେ କଳାକାର ।

QuirkyByte
26

ଅପକମିଂ ଫିଲ୍ମ ବାଜାରର ନୂଆ ରୋମାଟିଂକ ଗୀତ ଅଧୁରା ଲଫଜର ଭରପୂର ମଜା ନେବା ପରେ ଏବେ ପ୍ରଡକ୍ସନ ହାଉସ ଜାରି କରିଛି ଗୀତର ମେକିଂ ଭିଡିଓ । ଭିିଡିଓରେ ପରଦାପଛର କିଛି ଜଣା ଅଜଣା କଥା ଦେଖିବାକୁ ଓ ଜାଣିବାକୁ ମିଳିଛି ।

କିଛି ଦିନ ପୂର୍ବରୁ ଆପଣଙ୍କ ପାଖରେ ପହଁଚିଥିଲା ଅପକମିଂ ଫିଲ୍ମ ବାଜାରର ନୂଆ ରୋମାଟିଂକ ଗୀତ ଅଧୁରା ଲଫଜ । ଗୀତଟିକୁ କମ ଦିନ ମଧ୍ୟରେ ହିଁ ସିନେପ୍ରେମୀ ବେଶ ପସନ୍ଦ କରିସାରିଲେଣି । ଏବେ ପ୍ରଡକ୍ସନ ହାଉସ ଏହି ଗୀତର ମେକିଂ ଭିଡିଓ ଜାରି କରିଛନ୍ତି ।ଯେଉଁଥରେ ପରଦାପଛରେ କିଛି ଇଟ୍ରେଷ୍ଟିଙ୍ଗ କଥା କଥା ସାମ୍ନାକୁ ଆସିଛି । ଏଥିସହ କଳାକାରମାନେ ମଧ୍ୟ ସୁଟିଂ ସେଟରେ ଅନୁଭୁତିକୁ ଏହି ମେକିଂ ଭିଡିଓରେ ବଖାଣିଛନ୍ତି । ସୈଫ ଅଲ୍ଲୀ ଖାନ ଓ ଚିତ୍ରାଙ୍ଗଦା ସିଂଙ୍କୁ ନେଇ ପିକଚରାଇଜ ହୋଇଥିବା ଏହି ଗୀତରେ ରହିଛି ସୁଫି ସମ୍ରାଟ ରାହତ ଫତେ ଅଲ୍ଲୀ ଖାନ ଓ ଫତିମା ସିଂ ବଘେଲାଙ୍କ ଯାଦୁଗରୀ ଗାୟକି । ଜମିଲ ଏହେମ୍ମଦଙ୍କ ଗୀତକୁ ସଂଗୀତରେ ସଜାଇଛନ୍ତି ସୋହାଲି ସେନ୍ । ଗୌରବ ଚୌୱାଲଙ୍କ ନିର୍ଦ୍ଦେଶିତ ଏହି ରୋମାଟିଂକ କମ ଆକ୍ସନ ଫିଲ୍ମ ଚଳିତ ମାସ ୨୬ତାରିଖରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More