Only for Entertainment

ଗୀତ ପରେ ରିଲିଜ ହେଲା ‘ଛମ୍ମା ଛମ୍ମା’ର ମେକିଂ ଭିଡିଓ

NDTV
33

ଆଗାମୀ କମେଡି – ଡ୍ରାମା ଫିଲ୍ମ ‘ଫ୍ରଡ ସୟାଁ’ରେ ସ୍ଥାନ ପାଇଥିବା ଆଇଟମ୍ ସଙ୍ଗ ‘ଛମ୍ମା ଛମ୍ମା’ ଏବେ ଚହଳ ସୃଷ୍ଟି କରିଦେଇଛି । ସିନେପ୍ରେମୀ ଏହି ଆଇଟମ୍ ଗୀତକୁ ଜବରଦସ୍ତ ରେସ୍ପନ୍ସ ଦେଉଥିବା ଦେଖିବାକୁ ମିଳିଛି । ଗୀତଟି ୯୦ ଦଶକର ଫିଲ୍ମ ଚାଇନାଗେଟର ଏକ ସୁପରହିଟ୍ ଟ୍ରାକ୍ । ଯାହାକୁ ରିମେକ୍ କରାଯାଇ ଏହି ଫିଲ୍ମରେ ସ୍ଥାନ ଦିଆ ଯାଇଛି । ଗୀତଟି କିଛି ଦିନ ଆଗରୁ ରିଲିଜ୍ ହୋଇଥିବାବେଳେ, ଗୀତର ବଢୁଥିବା ଚାହିଦା ଦେଖି ଏବେ ମେକର୍ ରିଲିଜ୍ କରିଛନ୍ତି ଏହି ଗୀତ ମେକିଂ ଭିଡିଓ । ଏହି ଆଇଟମ୍ ଗୀତରେ ଆଇଟମ୍ ଗର୍ଲ ଭାବେ ନଜର ଆସିଛନ୍ତି ଅଭିନେତ୍ରୀ ଏଲି ଆବ୍ରାମ୍ । ଆଉ ଗୀତରେ ଏଲିଙ୍କ ଧୁମ୍ – ଧମାଲ୍ ଡ୍ୟାନ୍ସ ଦେଖିବାକୁ ମିଳିଛି । କୋରିଓଗ୍ରାଫର୍ ଆଦିଲ୍ ଶେଖଙ୍କ ଷ୍ଟେପରେ ଏଲିଙ୍କ ଜଲୱା ଭିଡିଓରେ ଦେଖିବାକୁ ମିଳିଛି ।

୯୦ ଦଶକର ସୁପରହିଟ୍ ଗୀତ ଛମ୍ମା ଛମ୍ମାକୁ ନୂଆ ଶୈଳୀରେ ଭେଟି ଦେବାକୁ ଚେଷ୍ଟା କରିଛନ୍ତି ମେକର୍ । ଆଉ ଏହି ନୂଆ ଭର୍ସନ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ତନିଷ୍କ ବାଗ୍ଚି । ଆଉ ଏହି ଗୀତରେ କଣ୍ଠଦାନ କରିଛନ୍ତି ଲୋକପ୍ରିୟ ବଲିଉଡ୍ କଣ୍ଠଶିଳ୍ପୀ ନେହା କକ୍କର୍ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More