Only for Entertainment

ଦ ସ୍କାଏ ଇଜ୍ ପିଙ୍କ୍ ରିଲିଜ ପୂର୍ବରୁ ସାମ୍ନାକୁ ଆସିଲା ଫିଲ୍ମର ମେକିଂ ଭିଡିଓ, ଦେଖନ୍ତୁ

India TV
27

ଚର୍ଚ୍ଚାରେ ଆଗାମୀ ବଲିଉଡ୍ ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ’ । ଫ୍ୟାମିଲି ଡ୍ରାମା କାହାଣୀକୁ ନେଇ ସିନେମାର ଷ୍ଟୋରୀ-ଲାଇନ୍ ଗତିଶୀଳ ହୋଇଛି । ଆଉ ନିର୍ଦ୍ଦେଶିକା ସୋନାଲି ବୋଷଙ୍କ ମତରେ ସେ ପରଦାରେ ସବୁଠାରୁ ବେଷ୍ଟ ଫ୍ୟାମିଲିକୁ ପିକ୍ଚରାଇଜ୍ କରିଛନ୍ତି । ପ୍ରିୟଙ୍କା ଚୋପ୍ରା ଜୋନସ୍ ହୁଅନ୍ତୁ କି ଫରହାନ୍ ଅଖତର୍ ଅବା ଜାଇରା ୱସିମ୍ । ପ୍ରତ୍ୟେକ ଆର୍ଟିଷ୍ଟ ସିନେମାର ସୁଟିଂକୁ କରିଛନ୍ତି ଭରପୁର ଉପଭୋଗ । ଯାହା ଦେଖିବାକୁ ମିଳିଛି ମେକିଂ ଭିଡିଓରେ । ପ୍ରତ୍ୟେକ ସିନ୍କୁ ଜୀବନ୍ତ କରିବା ପାଇଁ ନିର୍ଦ୍ଦେଶିକା କରିଛନ୍ତି ଭରପୁର୍ ପ୍ରୟାସ୍ ।

ଆଦିତି ଓ ନିରେନଙ୍କ ଖଟ୍ଟା – ମିଠା ଲଭଷ୍ଟୋରୀକୁ ନେଇ ସିନେମାର କାହାଣୀ ଗତିଶୀଳ ହୋଇଛି । ଆଉ ଏମାନଙ୍କ ଲଭଷ୍ଟୋରୀରେ ଟ୍ୱିଷ୍ଟ ସେତେବେଳେ ଆସେ, ଯେତେବେଳେ ଆଦିତି ଓ ନିରେନଙ୍କ ଜୀବନରେ ଆସେ ତାଙ୍କ ଝିଅ ଆୟେସା । ଆୟେସା ଏକ ନିଆରା ରୋଗରେ ପିଡିତ ଥାଏ । ଆଉ ନିଜ ଝିଅକୁ ବଂଚାଇବା ପାଇଁ ଆଦିତି ଓ ନିରେନ୍ କରନ୍ତି ଅନେକ ଷ୍ଟ୍ରଗଲ୍ । ଏମିତି ଏକ ନିଆରା ଫିଲ୍ମରେ ଆଦିତି ଓ ନିରେନ୍ ଚରିତ୍ରରେ ପ୍ରିୟଙ୍କା ଚୋପ୍ରା ଓ ଫରହାନ୍ ଅଖତରଙ୍କୁ ଦେଖିବାକୁ ମିଳିବ । ସେହିପରି ଆୟେସା ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଜାଇରା ୱସିମ୍ । ଫ୍ୟାମିଲି ଡ୍ରାମା କାହାଣୀକୁ ନେଇ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ପ୍ରସ୍ତୁତ କରାଯାଇଛି । ସିଦ୍ଧାର୍ଥ ରୟ କପୁର୍ ଓ ରୋନି ସ୍କୃୱାଲାଙ୍କ ପ୍ରଯୋଜନାରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସୋନାଲି ବୋଷ । ୧୧ ଅକ୍ଟୋବର୍ରେ ପରଦାକୁ ଆସିବ ଚଳଚ୍ଚିତ୍ର ‘ଦ ସ୍କାଏ ଇଜ୍ ପିଙ୍କ’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More