Only for Entertainment

ସାମ୍ନାକୁ ଆସିଲା ଫିଲ୍ମ ‘ମାଲ ମହୁ ଜୀବନ ମାଟି’ର ନୂଆ ଗୀତର ପ୍ରମୋ ଭିଡିଓ, ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ସବ୍ୟ-ଏଲିନା

YouTube
51

ଓଲିଉଡ ଅଭିନେତା ସବ୍ୟସାଚୀ ଏବଂ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଆଗାମୀ ଫିଲ୍ମ ‘ମାଲ ମହୁ ଜୀବନ ମାଟି’ର ନୂଆ ଗୀତର ପ୍ରମୋ ଭିଡିଓକୁ ମେକର୍ସ ରିଲିଜ କରିଛନ୍ତି । ଏହି ନୂଆ ଗୀତର ଟାଇଟଲ ରହିଛି ‘ଓ ରେ ମେହରବାନ’ । ଏହି ରୋମାଣ୍ଟିକ ଗୀତରେ ସବ୍ୟ-ଏଲିନାଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଗୀତରେ ସ୍ୱୟମ ପାଢୀ ଏବଂ ସୋହିନୀ ମିଶ୍ରଙ୍କ ଗାୟିକୀ ଗୀତକୁ ଆହୁରି ଆକର୍ଷଣୀୟ କରିଛି । ଡ, ନିର୍ମଳ ନାୟକ ଏହି ଗୀତର ଲିରିକ୍ସ ଲେଖିଥିବା ବେଳେ ମ୍ୟୁଜିକ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହାକୁ କମ୍ପୋଜ କରିଛନ୍ତି । ଏହା ପୂର୍ବରୁ ଫିଲ୍ମହର ଅନେକ ଗୀତ ରିଲିଜ ହୋଇଛି । ଦର୍ଶକ ମଧ୍ୟ ଏହାକୁ ପରସନ୍ଦ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଫିଲ୍ମକୁ ନବୀନ ଭଣ୍ଡାରୀ ପ୍ରଡ୍ୟୁସ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଫିଲ୍ମ ୮ ନଭେମ୍ବରରେ ପରଦାକୁ ଆସିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More