Only for Entertainment

ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ର ଫନି ଟ୍ରାକ୍ ‘ପାନ୍ ପାନ୍’ ଟ୍ରେଲର ରିଲିଜ !

133

ଆସିଲା ଆଗାମୀ ଓଲିଉଡ୍ ରୋମାଂଟିକ୍ – କମେଡି ଫିଲ୍ମ ‘ମାଲ୍ ମହୁ ଜୀବନ ମାଟି’ର ଫନି ଟ୍ରାକ୍ ‘ପାନ୍ ପାନ୍’ର ଷ୍ଟୁଡିଓ ଭର୍ସନ୍ । ଆମର ମ୍ୟୁଜିକ୍ର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ରେ ରିଲିଜ୍ ହୋଇଛି ଏହି ଗୀତଟି । ଏହି ଧୁମ୍ ଧମାଲ୍ ଗୀତରେ ଶୁଣିବାକୁ ମିଳିଛି ଓଲିଉଡ୍ କଣ୍ଠଶିଳ୍ପୀ ତାରିକ୍ ଅଜିଜଙ୍କ ଆକର୍ଷଣୀୟ ଗାୟିକୀ । ଷ୍ଟୁଡିଓ ଭିତରେ ନିଜ ଷ୍ଟାଇଲରେ ଗୀତ ଗାଇବାରେ ନଜର ଆସିଛନ୍ତି ତାରିକ୍ । କେବଳ ତାରିକ୍ ନୁହଁନ୍ତି ଏହି ଗୀତରେ ତାଙ୍କ ସହ ତାଳରେ ତାଳ ମିଶାଇ ଗୀତ ଗାଇଛନ୍ତି ଦୀପ୍ତିରେଖା । ଏହି ଜବରଦସ୍ତ ଗୀତରେ ସଙ୍ଗୀତର ଭାର ତୁଲାଇଛନ୍ତି ଅଭିଜୀତ୍ ମଜୁମ୍ଦାର୍ । ଗୀତିକାର ଡକ୍ଟର୍ ନିର୍ମଳ ନାୟକ ଏହି ଫନି ଟ୍ରାକର ଲିରିକ୍ସ ଦେଇଛନ୍ତି ।

ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ରେ ପୁଣିଥରେ ପରଦାରେ ଲଭ୍ – ରୋମାନ୍ସର ବର୍ଷା କରିବେ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଏଲିନା ସାମନ୍ତ ରାୟ । ସିନେମାର ସୁଟିଂ, ଏଡିଟିଂ ଶେଷ ହୋଇଥିବାବେଳେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନ୍ କାମ । ନବିନ ଭଣ୍ଡାରୀଙ୍କ ପ୍ରଯୋଜନାରେ ପରଦାକୁ ଆସିବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ରମେଶ ରାଉତ । ଆସନ୍ତା ଗଣେଷ ପୂଜା ଅବସରରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More