Only for Entertainment

ଘରେ ପ୍ରସ୍ତୁତ କରନ୍ତୁ ମାଲବାର ଫିଶ୍ କରି !

78

ସାମଗ୍ରୀ-

୧୦୦ ଗ୍ରାମ୍‌ ମାଛ, ୫୦ ଗ୍ରାମ୍‌ କୋରା ନଡ଼ିଆ, ଖଣ୍ଡେ ଅଦା, ଅଧ କପ୍‌ ତେନ୍ତୁଳି ରସ, ୧ ଚାମଚ ଲୁଣ, ଏକ ଚତୁର୍ଥାଂଶ ଚାମଚ ହଳଦୀ ଗୁଣ୍ଡ, ୨ ଟି କଞ୍ଚା ଲଙ୍କା, ଅଧଚାମଚ ଲଙ୍କା ଗୁଣ୍ଡ, ୨ ଟି କଟା ପିଆଜ, ୧ ଟେବଲସ୍ପୁନ୍‌ ନଡ଼ିଆ ତେଲ, ୧ ଟି ଶୁଖିଲା ଲଙ୍କା, ଅଧଚାମଚ ସୋରିଷ, ୧ ମୁଠା ଭୃସଙ୍ଗ ପତ୍ର।

ପ୍ରସ୍ତୁତି ପ୍ରଣାଳୀ-

ମାଲାବାର ଫିଶ୍‌ କରି ତିଆରି କରିବା ଲାଗି ପ୍ରଥମେ ନଡ଼ିଆ ଓ ହଳଦୀ ଗୁଣ୍ଡରେ ଅଳ୍ପ ପାଣି ମିଶାଇ ଗ୍ରାଇଣ୍ଡିଂ କରି ପେଷ୍ଟ ତିଆରି କରନ୍ତୁ। ଏବେ ତେନ୍ତୁଳି ରସ, ଲଙ୍କା ଗୁଣ୍ଡ, ଅଦା, ଲୁଣ ଏବଂ କଞ୍ଚା ଲଙ୍କାକୁ ଏକ ପ୍ୟାନ୍‌ରେ ଏକାଠି ପକାନ୍ତୁ। ଏଥିରେ ଗ୍ରାଇଣ୍ଡିଂ କରିଥିବା ନଡ଼ିଆ ପକାନ୍ତୁ। ଏହାକୁ ଭଲ ଭାବେ ମିଶାନ୍ତୁ। ଏବେ ପ୍ୟାନ୍‌କୁ ମିଡିଅମ ଆଞ୍ଚରେ ରଖନ୍ତୁ। ଏହାକୁ ୨ ମିନିଟ୍‌ ପର୍ଯ୍ୟନ୍ତ ଧିମା ଆଞ୍ଚରେ ରାନ୍ଧନ୍ତୁ। ଏଥିରେ ଲୁଣ ଏବଂ ମାଛ ପକାଇ କିଛି ସମୟ ଯାଏ ରାନ୍ଧନ୍ତୁ। ଯାହାଫଳରେ ମିଶ୍ରଣ ଅଳ୍ପ ଗାଢ଼ ହୋଇଯିବ। ଅନ୍ୟ ଏକ ପାତ୍ରରେ ନଡ଼ିଆ ତେଲ ଗରମ କରି ଶୁଖିଲା ଲଙ୍କା, ସୋରିଷ ଓ ଭୃସଙ୍ଗ ପତ୍ର ପକାନ୍ତୁ। ଏହା ଫୁଟିଗଲା ପରେ ଏହାକୁ ମାଛ ତରକାରୀ ଉପରେ ପକାଇ ଧିରେ ଧିରେ ଗୋଳାନ୍ତୁ। ଏକ ମିନିଟ୍‌ ପରେ ଏହାକୁ ଗ୍ୟାସ୍‌ରୁ ଓହ୍ଲାଇ ଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମାଲାବାର ଫିଶ୍‌ କରି। ଭାତ ସହିତ ଗରମ ଗରମ ପରଷନ୍ତୁ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More