Only for Entertainment

ମଲାଇ ପନିର ବଢାଇବ ଆପଣଙ୍କ ଖାଦ୍ୟକୁ ଅଧିକ ସ୍ୱାଦିଷ୍ଟ ।

Manjula's Kitchen
52

ପନିରରେ ଯଦି ସବୁବେଳେ ଗୋଟିଏ ପ୍ରକାରର ରେସିପି କରି ଖାଇବାକୁ ଦିଆଯିବ ନିହାତି ଭାବରେ ବିରକ୍ତି ଭାବ ଆସିବ । କାରଣ ଗୋଟିଏ ପ୍ରକାରର ଖାଦ୍ୟ ସବୁବେଳେ ଖାଇବା ଦ୍ୱାରା ଅରୁଚି ଆସିଥାଏ । ତେଣୁ ପନିରକୁ ନେଇ ଆପଣ ମଧ୍ୟ ଭିନ୍ନ ଭିନ୍ନ ରେସିପି ପ୍ରସ୍ତୁତ କରିବାର ଇଛା ରଖୁଥିବେ । ତେବେ ଆସନ୍ତୁ ଆଜି ସେହିଭଳି ଏକ ଭିନ୍ନ ରେସିପି ବିଷୟରେ ଜାଣିବା ।

ଆବଶ୍ୟକୀୟ ସାମଗ୍ରୀ-
ଘିଅ ୨ ଚାମଚ,ଜିରା ଅଧ ଚାମଚ,ପିଆଜ ୧୧୫ ଗ୍ରାମ,ଲୁଣ ୧ ଚାମଚ,ହଳଦୀ ୧ ଚାମଚ,ଲଙ୍କା ଗୁଣ୍ଡ ୧ ଚାମଚ,ଧନିଆ ପାଉଡର ଅଧ ଚାମଚ,ଗରମ ମସଲା ଅଧ ଚାମଚ,ଫ୍ରେଶ କ୍ରିମ ୨୦୦ ମିଲି, ପନିର ୩୫୦ ଗ୍ରାମ,ଧନିଆ ଗାର୍ନିସଙ୍ଗ ପାଇଁ ।

ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଏକ କଡ଼ାଇ ଗରମ କରି ସେଥିରେ ଘିଅ ପକାନ୍ତୁ । ଘିଅ ତାତିବା ପରେ ଜିରା ପକାଇ ଭାଜନ୍ତୁ ।ଏହାପରେ ପିଆଜ ପକାଇ ଭାଜନ୍ତୁ ।ସାମାନ୍ୟ ଭାଜିବା ପରେ ଲୁଣ ଏବଂ ହଳଦୀ ପକାନ୍ତୁ ।ଏହାପରେ ଲଙ୍କା ଗୁଣ୍ଡ,ଧନିଆ ଗୁଣ୍ଡ ଏବଂ ଗରମ ମସଲା ପକାନ୍ତୁ ।ଏବେ ଫ୍ରେଶକ୍ରିମ ପକାଇ ମଧ୍ୟମ ଆଂଚରେ ୫ରୁ ୭ ମିନିଟ କୁକ କରନ୍ତୁ । ଏହାପରେ ପନିର ପକାଇ ୫ରୁ ୭ ମିନିଟ କୁକ କରନ୍ତୁ । ପ୍ରସ୍ତୁତ ହୋଇଯିବ ମଲାଇ ପନିର । ଧନିଆପତ୍ର ଗାର୍ନିସ କରି ରୁଟି ସହିତ ଖାଆନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More