Only for Entertainment

ପାର୍ଟିରେ ନଜର ଆସିଲା ଅରୋଡା ଷିଷ୍ଟରଙ୍କ ଯାଦୁ, ଅମୃତାଙ୍କ ଡିପ ନେକ ଡ୍ରେସ ଆଗରେ ଫିକା ପଡିଲା ମଲାଇକାଙ୍କ ମିନି ଡ୍ରେସ !

48

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୂରଙ୍କ ଅଫେୟାରକୁ ନେଇ ଚାରିଆଡେ ଚର୍ଚ୍ଚା । ମଲାଇକା ସୋସିଆଲ ମିଡିଆରେ ସବୁଠାରୁ ଅଧିକ ଆକ୍ଟିଭ ରହୁଥିବା ଅଭିନେତ୍ରୀ । କୌଣସି ଇଭେଂଟ ହେଉ କି ଜିମ ଲୁକ ତାଙ୍କର ସମସ୍ତ ଅନ୍ଦାଜ ଖାସ ହୋଇଥାଏ । ନିକଟରେ ମଲାଇକା ଅରୋରା ଭଉଣୀ ଅମୃତା ସିଂଙ୍କ ସହ ନତାଶା ପୁନାବାଲାଙ୍କ ପାର୍ଟି ଆଟେଂଡ କରିବା ପାଇଁ ପହଂଚିଥିଲେ ।

ଏହି ଖାସ ମଉକାରେ ମଲାଇକା ବ୍ଲୁ କଲର ଡ୍ରେସ ପିନ୍ଧି ଖୁବ ହଟ ନଜର ଆସିଥିଲେ । ମିନିମଲ ମେକଅପ ସହ ଡାଏମଣ୍ଡ ରିଂ ଏବଂ ଡାଏମଣ୍ଡ ବ୍ରେସଲେଟ ତାଙ୍କ ଲୁକକୁ ଆହୁରି ପରଫେକ୍ଟ ବନାଇଥିଲା । ଡ୍ରେସ ସହ ସେ କ୍ଲଚ ବ୍ୟାଗ ଧରିଥିଲେ । ସୂଚନାଯୋଗ୍ୟ, ଏହି କ୍ଲଚ ବ୍ୟାଗର ମୂଲ୍ୟ ୧,୧.୬୯୨ଟଙ୍କା ବୋଲି ଶୁଣିବାକୁ ମିଳିଛି ।

ମଲାଇକା ସବୁବେଳେ ନିଜ ଲୁକକୁ ନେଇ ଚର୍ଚ୍ଚାରେ ରହିଥାଆନ୍ତି ମାତ୍ର ଏହି ପାର୍ଟିରେ ସେଂଟର ଅଫ ଆଟ୍ରାକ୍ସନ ହୋଇଥିଲେ ଅମୃତା । ପାର୍ଟିରେ ବ୍ଲାକ ଅଫ ସୋଲ୍ଡର ଏବଂ ଡିପ ନେକ ଡ୍ରେସରେ ଖୁବ ହଟ ଅନ୍ଦାଜରେ ନଜର ଆସିଥିଲେ ଅମୃତା ।

ଏଠାରେ ଆମେ କହି ରଖୁଛୁ ଯେ ଦୁଇ ଭଉଣୀଙ୍କ ମଧ୍ୟ ଭଲ ବଣ୍ଡି ଦେଖିବାକୁ ମିଳେ । ପର୍ସନଲ ଲାଇଫ ବିଷୟରେ କହିବାକୁ ଗଲେ ମଲାଇକା ଏବଂ ଅର୍ଜୁନ ୧୯ଅପ୍ରେଲ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ମାତ୍ର ଏହି ଖବରକୁ ଅର୍ଜୁନ ଏବଂ ବୋନି କପୂର ଗୁଜବ ବୋଲି କହିଛନ୍ତି । ସେହିଭଳି ମଲାଇକା ମଧ୍ୟ ଏହି ଗୁଜବକୁ ଫୁଲଷ୍ଟପ ଲଗାଇ ସାରିଲେଣି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More