Only for Entertainment

ଅର୍ଜୁନଙ୍କ ସହିତ ପ୍ରେମ ସଂପର୍କକୁ ନେଇ ପୁଣିଥରେ ଚର୍ଚ୍ଚାରେ ସଲମାନଙ୍କ ଭାଉଜ ମଲାଇକା ଅରୋରା ।

aajtak
0 43

ବଲିଉଡ୍‌ରେ ସବୁ ସମୟରେ କଳାକାରମାନଙ୍କ ବ୍ରେକ୍‌ଅପ୍‌-ପ୍ୟାଚ୍‌ଅପ୍‌ ବା ଛାଡ଼ପତ୍ର ଖବର ଚର୍ଚ୍ଚାରେ ରହି ଆସିଛି । କିଏ କାହା ସହ ଡ଼େଟ୍‌ କରୁଛି ବା କିଏ ବିବାହ କରିବାକୁ ନିଷ୍ପତ୍ତି ନେଲେଣି ତାହା ସେମାନଙ୍କ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖବର ହୋଇଥାଏ । ତେବେ ଏତେ ସବୁ ପ୍ରେମ କାହାଣୀ ମଧ୍ୟରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଏବଂ ଅଭିନେତ୍ରୀ ମଲ୍ଲାଇକା ଆରୋରା ମଧ୍ୟରେ ଥିବା ପ୍ରେମ ସଂପର୍କକୁ ନେଇ ହେଉଥିବା ଚର୍ଚ୍ଚା ଥମି ଆସୁଥିବା ବେଳେ ଭାଇରାଲ ହୋଇଥିବା ଫଟୋରୁ ତାହା ପୁଣି ତେଜି ଥିବା ଜଣା ପଡ଼ିଛି ।

ସଲମାନ ଦୁହିଁଙ୍କ ସଂପର୍କକୁ ନେଇ ଖୁସି ନଥିବାରୁ ଦୁହେଁ ଅଲଗା ହୋଇ ଯାଇଥିବା ଖବର ଆସିଥିବା ବେଳେ ଏବେ ତାହା ଭୁଲ ପ୍ରମାଣ ହୋଇଛି । ଦୁହିଁଙ୍କୁ ପୁଣି ଥରେ ଏକା ସାଙ୍ଗରେ ଦେଖିବାକୁ ମିଳିଛି ଲାଖ୍‌ମୀ ଫ୍ୟାଶନ ଉଇକ୍‌ରେ । ଫ୍ୟାଶନ ସୋ’ରେ ଅର୍ଜୁନଙ୍କ ସହ ସୋ’ ଉପଭୋଗ କରୁଥିବାର ନଜର ଆସିଛନ୍ତି ମଲ୍ଲାଇକା ଅରୋରା । ଏହି ଫଟୋ ଭାଇରାଲ ହେବା ପରେ ଦୁହିଁଙ୍କ ମଧ୍ୟରେ ଏବେ ବି କିଛି ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More