Only for Entertainment

ଅର୍ଜୁନ-ମଲାଇକାଙ୍କ ବିବାହ ତାରିଖ ଫାଇନାଲ ! ରଣବୀର-ଦୀପିକାଙ୍କୁ ପଠାଗଲା ନିମନ୍ତ୍ରଣ, ପଢନ୍ତୁ ଏହି ରିପୋର୍ଟ

Bollyworm
66

ମଲାଇକା ଅରୋରା ଏବଂ ଅର୍ଜୁନ କପୁର କିଛି ଦିନରୁ ପରସ୍ପରକୁ ଡେଟ କରୁଛନ୍ତି । ଏହା ସହିତ ଦୁହିଁଙ୍କ ବିବାହ ଖବର ମଧ୍ୟ ଏବେ ଖୁବ ଚର୍ଚ୍ଚାରେ ରହିଛି । ତେବେ ଇତି ମଧ୍ୟରେ ଅର୍ଜୁନ-ମଲାଇକାଙ୍କ ବିବାହକୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏହି ଲଭବାର୍ଡ ଆଗାମୀ ମାସରେ ବିବାହ କରିବାକୁ ଯାଉଛନ୍ତି । କିନ୍ତୁ ଏହି ଖବରକୁ ଏପର୍ଯ୍ୟନ୍ତ ଦୁହେଁ ଅଫିସିଆଲ ଭାବେ ଘୋଷଣା କରି ନାହାଁନ୍ତି ।

ସ୍ପଟବୟ ରିପୋର୍ଟ ଅନୁସାରେ ଅର୍ଜୁନ ଏବଂ ମଲାଇକା ନିଜ ସମ୍ପର୍କକୁ ନାମ ଦେବାକୁ ଯାଇ ବିବାହ କରିବାକୁ ଯାଉଛନ୍ତି । ଖବର ଅନୁସାରେ ଦୁହେଁ ୧୯ ଏପ୍ରିଲରେ ବିବାହ କରିପାରନ୍ତି । ଏହି ବିବାହ ଖ୍ରୀଷ୍ଟିଆନ ରିତି ନୀତିରେ ହେବ ।

ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ , ବିବାହରେ ମଲାଇକା ଏବଂ ଅର୍ଜୁନଙ୍କ ତରଫରୁ ଖୁବ କମ ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି । ବିବାହରେ ଦୁହିଁଙ୍କ ଘନିଷ୍ଠ ବନ୍ଧୁ କେବଳ ଉପସ୍ଥିତ ରହିବେ । ବିବାହରେ କରୀନା କପୁର ଏବଂ କରିଶ୍ମା କପୁରଙ୍କ ବ୍ୟତିତ ରଣବୀର ସିଂ ଏବଂ ଦୀପିକାଙ୍କୁ ବିବାହ ନିମନ୍ତ୍ରଣ ପଠାଯାଇଛି । କହିରଖୁଛୁ ଯେ, ଏହା ପୂର୍ବରୁ ମଧ୍ୟ ଦୁହିଁଙ୍କ ବିବାହକୁ ନେଇ ଅନେକ ଖବର ସାମ୍ନାକୁ ଆସିଛି ।

ଯଦି ଏହି ବିବାହ ଖବର ସତ ହୁଏ ତେବେ ଏହା ମଲାଇକାଙ୍କ ଦ୍ୱିତୀୟ ବିବାହ ହେବ । ମଲାଇକାଙ୍କ ପ୍ରଥମ ବିବାହ ସଲମାନ ଖାନଙ୍କ ଭାଇ ଅରବାଜ ଖାନଙ୍କ ସହିତ ହୋଇଥିଲା । କିନ୍ତୁ ଦୁହେଁ ପରସ୍ପର ଠାରୁ ଅଲଗା ହୋଇଗଲେ । ଦୁହିଁଙ୍କ ଏକ ପୁଅ ମଧ୍ୟ ଅଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More