Only for Entertainment

କ’ଣ ମଲାଇକାଙ୍କ ପାଇଁ ଅର୍ଜୁନଙ୍କ ଠାରୁ ଦୂରେଇ ଯାଇଥିଲେ ଆଥିୟା ସେଟ୍ଟୀ?

41

ଏବେ ମଲାଇକା ଅରୋରା ଏବଂ ଅର୍ଜୁନ କପୁର ଅଫେୟରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଦିନ ଥିଲା ଯେତେବେଳେ ଅର୍ଜୁନ କପୁର ଏବଂ ଆଥିଆ ସେଟ୍ଟୀ ରିଲେସନସିପକୁ ନେଇ ଚର୍ଚ୍ଚାରେ ଥିଲେ । ଖବର ଅନୁସାରେ ଅର୍ଜୁନ ଏବଂ ଆଥିୟାଙ୍କ ସଂପର୍କରେ ମଲାଇକା ପ୍ରବେଶ କରିଥିଲେ, ଯେଉଁ କାରଣରୁ ଆଥିୟା ଅର୍ଜୁନଙ୍କ ଠାରୁ ଦୂରେଇ ଯାଇଥିଲେ । ଆଥିୟା ଏବଂ ଅର୍ଜୁନଙ୍କୁ କେତେକ ସ୍ଥାନରେ ବାରମ୍ବାର ସ୍ପଟ କରାଯାଇଥିଲା, କାରଣ ଦୁଇଜଣ ଅଧିକାଂଶ ସମୟ ପରସ୍ପର ସହିତ ବିତାଉଥିଲେ । ଦୁଇଜଣ ଫିଲ୍ମ ମୁବାରକରେ ଏକା ସାଙ୍ଗରେ କାମ କରିଥିଲେ । କିନ୍ତୁ ଏବେ ପରସ୍ପରଠାରୁ ଅଲଗା ହୋଇ ଯାଇଛନ୍ତି । ଅବଶ୍ୟ ଦୁଇଜଣ ସଂପର୍କକୁ ନେଇ କେବେ ମଧ୍ୟ କିଛି ମନ୍ତବ୍ୟ ଦେଇ ନାହାଁନ୍ତି ।

ଅର୍ଜୁନ ମଲାଇକା ଏବେ ଯଥେଷ୍ଟ ସମୟ ଏକା ସାଙ୍ଗରେ ବିତାଉଛନ୍ତି ଏବଂ ଦୁଇଜଣ ବିବାହ କରିବେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More