Only for Entertainment

ସମାନ ରଂଗର ଟିସାର୍ଟରେ ପାର୍ଟିରେ ପହଂଚିଲେ ଏହି ଯୋଡି, ପ୍ରେମର ରଂଗ ଆସିଲା ନଜର!

36

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅର୍ଜୁନ କପୂର ନିଜ ଲଭଲାଇଫକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଦୁହେଁ ବୁଧବାର ରାତିରେ ଚଙ୍କି ପାଣ୍ଡେଙ୍କ ଘରେ ପାର୍ଟି ପାଇଁ ପହଂଚିଥିଲେ । ଏହି ପାର୍ଟିରେ ଫରାହ ଖାନଙ୍କ ସମେତ ଅନ୍ୟ କଳାକାର ମଧ୍ୟ ଆସିଥିଲେ । କିନ୍ତୁ ସବୁ ସମୟ ଭଳି ଏଥର ମଧ୍ୟ ପାର୍ଟିରେ ମଲାଇକା ଅର୍ଜୁନ ସମସ୍ତ ଲାଇମଲାଇଟ ଚୋରୀ କରି ନେଇଥିଲେ ।

 ଏହି ପାର୍ଟିରେ ଦୁହେଁ ନୀଳ ରଂଗର ଟିସାର୍ଟ ପିନ୍ଧିଥିଲେ । ଦୁହେଁ ଏକାଠି ଗୋଟେ କାରରେ ପାର୍ଟିକୁ ଯାଇଥିଲେ ।
ଏହା ପ୍ରଥମ ଥର ନୁହେଁ ଯେ ଦୁହେଁ ଏକାଠି ପାର୍ଟିଣେର ପହଂଚିଥିଲେ । ଏହାପୂର୍ବରୁ ମଧ୍ୟ ଅନେକ ଥର ଦୁହେଁ ଏକାଠି ପାର୍ଟିରେ ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ସିକନ୍ଦର ଖେର ଏବଂ ଶ୍ୱେତା ବଚ୍ଚନ ମଧ୍ୟ ଏହି ପାର୍ଟିରେ ନଜର ଆସିଥିଲେ । ଏହି ପାର୍ଟିରେ ଗଣତି ହିସାବରେ କିଛି ବନ୍ଧୁ ନଜର ଆସିଥିଲେ ।

ଅସଲରେ ଚଙ୍କି ପାଣ୍ଡେ ଏହି ଛୋଟ ପାର୍ଟିରେ ଆୟୋଜନ କରିଥିଲେ ଏବଂ ସେ ନିଜର କିଛି ଖାସ ବନ୍ଧୁଙ୍କୁ ଡାକିଥିଲେ । ଚଙ୍କି ପାଣ୍ଡେଙ୍କ ପତ୍ନୀ ଭାବନା ପାଣ୍ଡେ ମଲାଇକାଙ୍କ ଖୁବ ଭଲ ବନ୍ଧୁ ଅଟନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More