Only for Entertainment

ବିବାହ ବିଚ୍ଛେଦକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା, କହିଲେ ଏହି କଥା

Daily Times
64

ମଲାଇକା ଅରୋରା ଓ ଅରବାଜ୍ ଖାନ୍ ୨୦୧୭ରେ ନିଜ ୧୮ ବର୍ଷ ବିବାହ ସମ୍ପର୍କକୁ ଶେଷ କରିଥିଲେ । ଯାହା ପରେ ଏମାନଙ୍କ ବିବାହ ବିଚ୍ଛେଦକୁ ନେଇ ଅନେକ ଆଲୋଚନା କରାଯାଉଥିଲା । ହେଲେ ନିଜ ଡିଭୋର୍ସକୁ ନେଇ କେବେବି ପବ୍ଲିକରେ କିଛି କହି ନଥିଲେ ମଲାଇକା । କିନ୍ତୁ ନିକଟରେ ନିଜର ଏକ ଇଂଟରଭ୍ୟୁରେ ପ୍ରଥମ ଥର ପାଇଁ ନିଜ ଡିଭୋର୍ସ ଉପରେ ସଫେଇ ଦେଇଛନ୍ତି ଏହି ବି-ଟାଉନ୍ ସୁନ୍ଦରୀ । ସେ କହିଛନ୍ତି ଗୋଟେ ଏମିତି ସମ୍ପର୍କରେ ରହିବା ଯେଉଁଥିରେ ଖୁସି ନଥିବ, ତା’ଠାରୁ ଭଲ ଅଲଗା ହୋଇଯିବା ଉଚିତ୍ ।

ନିକଟରେ ଅଭିନେତ୍ରୀ କରିନା କପୁର୍ ଖାନଙ୍କ ଚାଟ୍ – ଶୋ’ରେ ଆସି ବିବାହ ବିଚ୍ଛେଦ ଉପରେ ଖୋଲାଖୋଲି ଆଲୋଚନା କରିଛନ୍ତି ମଲାଇକା । ସେ କହିଛନ୍ତି – କୌଣସି ସମ୍ପର୍କକୁ ଶେଷ କରିବା ଆଦୌ ସହଜ ନୁହେଁ । ବହୁତ ସାହାସ ଦରକାର । ହେଲେ ସେ ଯାହା ବି ନିଷ୍ପତି ନେଇଛନ୍ତି ସେଥିରେ ସେ ବହୁତ ଖୁସି ଅଛନ୍ତି । ଏକାଠି ଦୁଇଜଣ ଦୁଃଖି ରହିବା ଅପେକ୍ଷା ଅଲଗା ହୋଇ ନିଜ ନିଜ ଜୀବନରେ ଖୁସି ରହିବା ଉଚିତ୍ ।

arbaaz-malaika-new

ଅରବାଜଙ୍କ ସହ ବିଚ୍ଛେଦ ପରେ ମଲାଇକା ଏବେ ଅଭିନେତା ଅର୍ଜୁନ କପୁରଙ୍କୁ କରୁଛନ୍ତି ଡେଟ୍ । ଏକଥା ମୟାନଗରୀରେ ଢେର୍ ଚର୍ଚ୍ଚା ସାଉଁଟିଛି । ଆଉ ବିବାହ ବିଚ୍ଛେଦ ପରେ ପୁଣି ଥରେ ପ୍ରେମ ସମ୍ପର୍କରେ ରହିବା ଉପରେ ବି ମଲାଇକା ଦେଇଛନ୍ତି ବୟାନ ।

୧୯୯୩, ଏକ ବିଜ୍ଞାପନ ସୁଟିଂ ସମୟରେ ଅରବାଜ୍ ଖାନ୍ ଓ ମଲାଇକା ଅରୋରାଙ୍କ ପ୍ରଥମ ଦେଖା ହୁଏ । ଏହା ପରେ ପ୍ରଥମେ ଫ୍ରେଣ୍ଡସିପ୍ ଏବଂ ପରେ ପ୍ରେମରେ ପରିଣତ ହୁଏ ଏମାନଙ୍କ ସମ୍ପର୍କ । ୧୯୯୮ରେ ଏହି ସମ୍ପର୍କ ବିବାହର ରୂପ ନିଏ । ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଆଉ ନିଜ ବିବାହର ୨୫ ବର୍ଷ ପରେ ପୁନଃ ବିବାହ କରିବାର ନିଷ୍ପତି ନିଅନ୍ତି । ହେଲେ ଏହା ପୂର୍ବରୁ ଏମାନଙ୍କ ବିବାହ ବିଚ୍ଛେଦରେ ପରିଣତ ହେଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More