Only for Entertainment

ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ଖାନ ସରନେମ ହଟାଇଲେ ମଲାଇକା ଅରୋରା !

Vaaju
17

ଅଭିନେତ୍ରୀ ମଲାଇକା ଅରୋରା ୧୯୯୮ରେ ଅରବାଜ ଖାନଙ୍କୁ ବିବାହ କରିଥିଲେ । ତାଙ୍କ ବିବାହ ୧୯ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ୨୦୧୬ରେ ଦୁହେଁ ଅଲଗା ହୋଇଯାଇଥିଲେ ମାତ୍ର ୨୦୧୭ରେ ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେଇଥିଲେ । ଛାଡପତ୍ର ପରେ ଦୁହିଁଙ୍କର ଅଲଗା ଅଲଗା ରିଲେସନସିପକୁ ନେଇ ଏବେ ଚର୍ଚ୍ଚା ଚାଲିଛି ।

ମଲାଇକା ଏବଂ ଅର୍ଜୁନ କପୁର ଖୋଲାଖୋଲି ଭାବେ ନିଜ ସମ୍ପର୍କକୁ ସ୍ୱିକାର କରିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଅଭିନେତ୍ରୀ ମଲାଇକା ଅରୋରା ଦୀଘ୍ର ଦିନ ପରେ ଅରବାଜଙ୍କ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଛନ୍ତି । ଅସଲରେ ମଲାଇକା ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରୁ ନିଜର ଖାର ସରନେମ ହଟାଇ ଦେଇଛନ୍ତି ।

pic

କହିରଖୁଛୁ ଯେ, ଅର୍ଜୁନ ଏବଂ ମଲାଇକା ପରସ୍ପରକୁ ଖୁବ ଶୀଘ୍ର ବିବାହ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏପର୍ଯ୍ୟନ୍ତୁ ଦୁହେଁ ବିବାହ ବିଷୟରେ କୌଣସି ଖୁଲାସା କରିନାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More