Only for Entertainment

ମଲାଇକା ଓ ଅରବାଜଙ୍କ ଛାଡ଼ପତ୍ର ପୂର୍ବ ଦିନ ସଲମାନଙ୍କ ଘରେ ହୋଇଥିଲା ଏହି ଆଲୋଚନା ।

bollywood tadka
46

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ୨୦୧୭ରେ ଅରବାଜଙ୍କୁ ଛାଡ଼ପତ୍ର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲେ । ଦୁଇଜଣଙ୍କ ମଧ୍ୟରେ ବୁଝାମଣା କରି ଉଭୟ ୧୮ ବର୍ଷର ସଂପର୍କକୁ ଶେଷ କରି ଦେଇଥିଲେ । ଏବେ ଛାଡ଼ପତ୍ରର ଦୁଇ ବର୍ଷ ପରେ ମଲାଇକା କିଛି ଅଶୁଣା କଥାର ପର୍ଦ୍ଦାଫାଶ କରିଛନ୍ତି । ବାସ୍ତବରେ ମଲାଇକା ନିକଟରେ କରୀନାଙ୍କ ରେଡ଼ିଓ ଶୋ’କୁ ଅତିଥି ହୋଇ ପହଂଚିଥିଲେ । ଏଠାରେ ଯେତେବେଳେ ତାଙ୍କୁ ତାଙ୍କ ଛାଡ଼ପତ୍ର ବିଷୟରେ ପ୍ରଶ୍ନ କରାଗଲା ସେ କହିଲେଯେ ପ୍ରଥମେ ଆମେ ପରିବାର ସଦସ୍ୟଙ୍କୁ ଜଣାଇଲୁଯେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେମାନେ ପରାମର୍ଶ ଦେଲେଯେ ଏହା ଉପରେ ଆଉ ଥରେ ଆଲୋଚନା କରିବା ଉଚିତ । ଏତିକି ନୁହେଁ ମଲାଇକା କହିଛନ୍ତିଯେ ଏହା ମୋ ଜୀବନର ସବୁଠାରୁ ବଡ଼ ନିଷ୍ପତ୍ତି ଥିଲା । ତାଙ୍କ କହିବା ଅନୁସାରେ ଛାଡ଼ପତ୍ରର ପୂର୍ବ ରାତିରେ ସେମାନେ ଏକା ସାଙ୍ଗରେ ପରିବାର ସହିତ ବସି ଆଲୋଚନା କଲେ । ପରିବାର ଲୋକ ଅରବାଜଙ୍କୁ ପ୍ରଶ୍ନ କଲେଯେ କ’ଣ ସତରେ ତୁମେ ଏହା କରିବାକୁ ଚାହୁଁଛ? କ’ଣ ତୁମେ ତୁମ କଥାରେ ୧୦୦ ପ୍ରତିଶତ ଅଟଳ? ଏହା ସହିତ ଯେତେବେଳେ ମୋ ଘର ଲୋକ ଏବଂ ସାଙ୍ଗମାନେ ଜାଣିଲେଯେ ମୁଁ ମୋ ନିଷ୍ପତ୍ତିରେ ଅଟଳ ସେମାନେ ମୋତେ ସମର୍ଥନ କଲେ ।ଏହା ସହିତ କହିଲେଯେ ତୁ ଏକ ଷ୍ଟ୍ରଙ୍ଗ ମହିଳା । ଯାହା ମୁଁ ଚାହୁଁଥିଲି । ସେମାନଙ୍କର ଏହି କଥାରେ ମୋତେ ସାହସ ଆସିଥିଲା ।

କରୀନା ଯେତେବେଳେ ମଲାଇକାଙ୍କୁ ପ୍ରଶ୍ନ କଲେ ସଂପର୍କ ଭାଙ୍ଗିବା ପରେ କିଭଳି ଲାଗୁଛି, କ’ଣ ଆଉ ଥରେ ନୂଆ ସଂପର୍କ ଯୋଡ଼ାଯାଇ ପରେ? ଉତ୍ତରରେ ମଲାଇକା କହିଲେଯେ ହଁ, ସଂପର୍କ ଭାଙ୍ଗିଯିବା ପରେ ନୂଆ ସଂପର୍କ ଯୋଡ଼ିବା ଜରୁରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More