Only for Entertainment

ଅର୍ଜୁନ କପୂରଙ୍କ ସହ ବିବାହକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା, ଦେଲେ କିଛି ଏଭଳି ଜବାବ !

Hindustan Times
46

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଅଭିନେତା ଅର୍ଜୁନ କପୂରଙ୍କ ସହ ନିଜ ସମ୍ପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି । ନିକଟରେ ଏଭଳି ଖବର ମଧ୍ୟ ଆସିଥିଲା ଯେ ଦୁହେଁ ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଏବେ ମଲାଇକା ଏହି ଖବରକୁ ନେଇ ମୁହଁ ଖୋଲିଛନ୍ତି । ମଲାଇକା ବିବାହକୁ ନେଇ ଦିନକୁ ଦିନ ଚର୍ଚ୍ଚାରେ ରହିଥିବା ବେଳେ ଏବେ ମୁହଁ ଖୋଲିଛନ୍ତି ଯେ ତାଙ୍କୁ ଏହାର ଉତ୍ତର ଦେଇ ଆସେ ଏବଂ ସେ ଏ ସମ୍ପର୍କରେ କହିବାକୁ ଲାଜ କରନ୍ତି ନାହିଁ । ମାତ୍ର ତାଙ୍କୁ ପର୍ସନାଲ ଲାଇଫକୁ ନେଇ ଉତ୍ତର ଦେବା ପସନ୍ଦ ନଥିବା କହିଛନ୍ତି ମଲାଇକା । ଏହାପରେ ସେ କହିଛନ୍ତି ସେ କେବଳ ତାଙ୍କ ଜୀବନକୁ ଉପଭୋଗ କରୁଛନ୍ତି ଏବଂ ଏଥିପାଇଁ ସେ କାହାକୁ ଉତ୍ତର ଦେବା ଉଚିତ ମନେ କରୁ ନାହାନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ ଖବର ମୁତାବକ ୨୦୧୯ରେ ଦୁହେଁ ବିବାହ କରିବାକୁ ଯାଉଛନ୍ତି । ଏକ ଖବର ମୁତାବକ ୨୦୧୯ ଅପ୍ରେଲ ମାସରେ ସେ ବିବାହ କରିବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳିଥିଲା । କେବଳ ସେତିକି ନୁହେଁ ମଲାଇକାଙ୍କ ସହ ବିବାହକୁ ନେଇ ଦୁହିଁଙ୍କ ମଧ୍ୟରେ ତାରିଖ ବିଷୟରେ ମଧ୍ୟ କଥାବାର୍ତ୍ତା ଚାଲିଥିବା ଶୁଣିବାକୁ ମିଳିଛି । ନିକଟରେ କରଣଙ୍କ ଶୋ’କୁ ମଲାଇକା ଆସିଥିଲେ ଏବଂ ମଲାଇକାଙ୍କୁ ବିବାହ ସମ୍ପର୍କରେ ପଚରାଯିବାରୁ ସେ ଲାଜ କରୁଥିବାର ମଧ୍ୟ ନଜର ଆସିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More