Only for Entertainment

ଯୋଗ ବେଳର ଫଟୋ ଦେଇ ଟ୍ରୋଲ୍‌ ହେଲେ ମଲାଇକା

The Live Mirror
39

ଅନେକ ସମୟରେ ସେଲିବ୍ରେଟିମାନେ ପ୍ରଶଂସକଙ୍କୁ ଖୁସି କରାଇବାକୁ ସୋସିଆଲ୍‌ ମିଡିଆରେ ଫଟୋ ଦେଇଥାନ୍ତି। ବେଳେ ବେଳେ ଘଟିଥାଏ ତା’ର ଠିକ୍‌ ଓଲଟା। ପ୍ରଶଂସକମାନେ ପ୍ରଶଂସା କରିବା ଛାଡ଼ି ଟ୍ରୋଲ୍‌ କରିବାକୁ ଲାଗିପଡ଼ନ୍ତି। ଏବେ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ବଲିଉଡ୍‌ର ଫିଟ୍‌ ମହିଳା ମଲାଇକା ଅରୋରା।

ମଲାଇକା ଯୋଗ କରୁଥିବା ବେଳର କିଛି ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିବା ପରେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ସମାଲୋଚନା କରିଛନ୍ତି।

 

ମଲାଇକା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଯୋଗ ଫଟୋ ଦେଇ ଲେଖିଛନ୍ତି, ‘ଅଭ୍ୟାସ ମଣିଷକୁ ସଂପୂର୍ଣ୍ଣ କରେ। ମୁଁ ଏବେ ତାହା ଜାରି ରଖିଛି।’

ସେ ଇଣ୍ଟରନେଟ୍‌ରେ ଏହି ଫଟୋଟି ପୋଷ୍ଟ କରିବା ପରେ କିଛି ସମାଲୋଚକ ତାଙ୍କୁ ଟ୍ରୋଲ୍‌ କରିବାରେ ଲାଗିପଡ଼ିଛନ୍ତି। ମଲାଇକାଙ୍କ ଫିଟ୍‌ନେସକୁ ପ୍ରଶଂସା କରିବା ବଦଳରେ ତାଙ୍କୁ ଆଡୁ ସାହୁ ଲେଖି କମେଣ୍ଟ କରିଥିବାର ଦେଖିବାକୁ ମିଳିଛି।

ମଲାଇକା ପୂର୍ବରୁ ମଧ୍ୟ ଅନେକ ଥର ସୋସିଆଲ୍‌ ମିଡିଆରେ ଯୋଗ ଓ ବ୍ୟାୟାମ କରୁଥିବା ବେଳର ଫଟୋ ସେୟାର କରିଥିଲେ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More