Only for Entertainment

ମଲାଇକା ଅରୋରାଙ୍କ ଏହି ଭିଡିଓ ଦେଖି ଆସିବ ଚକ୍କର. ଶ୍ୱେତା ବଚ୍ଚନ ମଧ୍ୟ କଲେ କମେଂଟ !

36

ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ନିଜ ଫିଟନେସ ଭିଡିଓ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ସେ ନିଜର ଫିଟନେସ ଭିଡିଓ ଶେୟାର କରନ୍ତି । ମଲାଇକା ୪୬ବର୍ଷ ବୟସରେ ମଧ୍ୟ ଯେପରି ନିଜକୁ ଫିଟ ରଖିଛନ୍ତି ଆପଣ ଦେଖି ପାରୁଥିବେ । ତାଙ୍କ ଫିଟନେସ ପାଇଁ ସବୁବେଳେ ସେ ପ୍ରଶଂସିତ ହୋଇଥାଆନ୍ତି । ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ସେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି, ତାଙ୍କର ଏହି ଭିଡିଓକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି ।

 

View this post on Instagram

 

My week gone by…. this is how I feel post #mylastweek#letsdetoxnow

A post shared by Malaika Arora (@malaikaaroraofficial) on

ତାଙ୍କର ଏହି ଭିଡିଓ ସେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଭିଡିଓରେ ସେ ଏକ ଝୁଲାରେ ଛିଡା ହୋଇଥିବା ନଜର ଆସିଛନ୍ତି ଏବଂ ସେହି ଝୁଲା ଗୋଲ ଗୋଲ ବୁଲୁଥିବାର ଦେଖିବାକୁ ମିଳିଛି ।ଏହି ଭିଡିଓକୁ ଦେଖିଲେ ଆପଣଙ୍କୁ ମଧ୍ୟ ଚକ୍କର ଆସିଯିବ । କାରଣ ଏହି ଭିଡିଓକୁ ସୁଟ ହିଁ ସେହିଭଳି କରାଯାଇଛି । ମଲାଇକାଙ୍କ ଏହି ଭିଡିଓରେ ଅମିତାଭ ବଚ୍ଚନଙ୍କ ଝିଅ ଶ୍ୱେତା ବଚ୍ଚନ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More