Only for Entertainment

ବାରମ୍ବାର ବୁଢୀ କହୁଥିବା ଟ୍ରୋଲର୍ସଙ୍କୁ ଖାତିର ନ କରି କଡ଼ା ଜୱାବ ଦେଲେ ମଲାଇକା ।

50

ଅଭିନେତ୍ରୀ ମଲାଇକା ଅରୋରା ୪୦ ବର୍ଷ ଅତିକ୍ରମ କରି ସାରିଥିଲେ ମଧ୍ୟ ନିଜକୁ ଖୁବ ଫିଟ ରଖିଛନ୍ତି । ଅଧିକାଂଶ ସମୟରେ ମଲାଇକାଙ୍କୁ ଜିମ ଆଉଟଫିଟ ସହିତ ଜିମ ବାହାରେ ସ୍ପଟ କରାଯାଏ । ତେବେ ମଲାଇକା କେବଳ ଏହି ଗୋଟିଏ କାରଣ ପାଇଁ ଚର୍ଚ୍ଚାରେ ରହିନଥାନ୍ତି ବରଂ ଅର୍ଜୁନ କପୂରଙ୍କ ସହିତ ମଧ୍ୟ ଅଫେୟରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ଏବେ ସବୁ ପ୍ରଶ୍ନରେ ପୂର୍ଣ୍ଣଛେଦ ପକାଇ ତାଙ୍କୁ ଟ୍ରୋଲ କରୁଥିବା ଟ୍ରୋଲର୍ସଙ୍କୁ କଡ଼ା ଜୱାବ ଦେଇଛନ୍ତି, ଯେଉଁଥିରେ ଟ୍ରୋଲର୍ସଙ୍କ ମୁହଁ ବନ୍ଦ ହୋଇଯିବ ।

ନିକଟରେ ନିଜ ପ୍ରଶଂସକଙ୍କ ଅପେକ୍ଷାକୁ ଅନ୍ତ ଘଟାଇ ବଲିଉଡ୍‌ର ହଟ୍‌ ଗାର୍ଲ ମଲାଇକା ଅରୋରା ସୋସିଆଲ୍‌ ମିଡ଼ିଆରେ ବୟଫ୍ରେଣ୍ଡ୍‌ ଅର୍ଜୁନ କପୁରଙ୍କ ୩୪ ତମ ଜନ୍ମଦିବସରେ ଅର୍ଜୁନ ଓ ସେ ପ୍ରେମ ସଂପର୍କରେ ରହିଥିବା ସ୍ୱୀକାର କରିଛନ୍ତି।
ସୂଚନା ଅନୁସାରେ ଅଭିନେତ୍ରୀ ମଲାଇକା ଅରୋରା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଅର୍ଜୁନ କପୁରଙ୍କ ସହିତ ତାଙ୍କର ରହିଥିବା ପ୍ରେମସଂପର୍କକୁ ନେଇ ଖୋଲାଖୋଲି କଥା ହୋଇଥିଲେ। ଏଥିରେ କି ଉଭୟଙ୍କ ସଂପର୍କରେ ରହିଥିବା ବୟସର ବ୍ୟବଧାନ ଏବଂ ବିବାହ ପାଇଁ ଡେଟ୍‌କୁ ନେଇ ପଚରାଯାଇଥିବା ପ୍ରଶ୍ନର କଡ଼ା ଜବାବ୍‌ ଦେଇଛନ୍ତି ମଲାଇକା। ଯେତେବେଳେ ମଲାଇକାଙ୍କୁ ଛାଡ଼ପତ୍ର ପରେ ପୁଣି ପ୍ରେମସଂପର୍କକୁ ନେଇ ପ୍ରଶ୍ନ ହୋଇଥିଲା ,ସେତେବେଳେ ସେ ଛାଡ଼ପତ୍ର ପରେ ପୁଣି କେବେ ପ୍ରେମସଂପର୍କରେ ରହିବା କଥା ଭାବି ନଥିଲେ ,କାରଣ ତାଙ୍କ ମନରେ ହୃଦୟ ଭାଙ୍ଗିବାର ଡର ରହିଥିଲା। ହେଲେ ସେ ପ୍ରେମ ଓ ଭଲପାଇବା ଚାହୁଁଥିଲେ, ଏବଂ ଅର୍ଜୁନ ତାଙ୍କର ଏହି ବିଶ୍ୱାସ ଜନ୍ମାଇଛନ୍ତି ବୋଲି ସେ କହିଛନ୍ତି।

ତେବେ ମଲାଇକା ଅରୋରାଙ୍କୁ ଯେତେବେଳେ ବୟଫ୍ରେଣ୍ଡ୍‌ ଅର୍ଜୁନ କପୁରଙ୍କଠାରୁ ବୟସର ତାରତମ୍ୟକୁ ନେଇ ପ୍ରଶ୍ନ କରାଯାଇଥିଲା,ସେତେବେଳେ ସେ ତାଙ୍କୁ ଟ୍ରୋଲ୍‌ କରିଥିବା ଟ୍ରୋଲର୍‌କୁ ମୁହଁତୋଡ଼ା ଜବାବ୍‌ ଦେଇଥିଲେ। ଏଥିସହିତ ସେ କହିଥିଲେ କି ଯେବେ ଆମେ କୌଣସି ପ୍ରେମସଂପର୍କରେ ରହିଥାଉ ,ସେତେବେଳେ ବୟସର ତାରତମ୍ୟ କିଛି ବି ଫରକ ପକାଏ ନାହିଁ, କାରଣ ଦୁଇ ହୃଦୟର ମିଳନ ଲାଗି ଏଥିରେ କିଛି ଅସୁବିଧା ନାହିଁ।

ଯେଉଁଠି ବୟସ୍କ ବ୍ୟକ୍ତି ଏକ କମ୍‌ ବୟସର ଝିଅକୁ ରୋମାନ୍‌ସ କରୁଛି, ହେଲେ ସେହି କଥା ଯଦି ମହିଳାଙ୍କ ସହିତ ଘଟୁଛି ତ ସେତେବେଳେ ଆମେ ମହିଳାଙ୍କୁ ବୁଢ଼ୀ ବୋଲି କହୁଛୁ। ତେବେ ଯେଉଁ ଲୋକଙ୍କର ଏଭଳି ଭାବନା ରହିଛି ତାଙ୍କୁ ସେ ‘ଭାଡ୍‌ ମେଁ ଯାଓ ବୋଲି କହିଛନ୍ତି ମଲାଇକା। ତେବେ ଅର୍ଜୁନ ଓ ତାଙ୍କର ବିବାହକୁ ନେଇ ସେ କୌଣସି ଟିପ୍ପଣୀ ବେବେନି ବୋଲି କହିବା ସହିତ ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର ବୋଲି ଜଣାଇଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More