Only for Entertainment

କପୁର ପରିବାରରେ ମଲାଇକାଙ୍କ ପ୍ରବେଶ, ଅର୍ଜୁନଙ୍କୁ ମିଳିଲା କି ସବୁଜ ସଙ୍କେତ!

28

କିଛି ଦିନ ବେଶ୍‌ ହେବ ଚର୍ଚ୍ଚାରେ ରହିଛି ବୋନି କପୁରଙ୍କ ପୁଅ ତଥା ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ଓ ଅଭିନେତ୍ରୀ ମଲାଇକା ଅରୋରାଙ୍କ ପ୍ରେମ ସଂପର୍କ। ପତି ଅର୍ବାଜ ଖାନଙ୍କୁ ପରିତ୍ୟାଗ କରି ମଲାଇକା ଏବେ ଅର୍ଜୁନଙ୍କ ସହ ଘନିଷ୍ଠତା ବଢ଼ାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଯଦିଓ ଦୁହେଁ ନିଜ ନିଜର ସଂପର୍କକୁ ନେଇ ସିଧା ସଳଖ ଭାବେ କେବେ ସ୍ୱୀକାର କରିନାହାନ୍ତି, ତଥାପି ଅନେକ ସମୟରେ ସେମାନଙ୍କ ଏକତ୍ର ନଜର ଆସିବା ସନ୍ଦେହକୁ ଆହୁରି ଦୃଢ଼ କରିଛି। ନୂଆ ବର୍ଷ ପାର୍ଟିରେ ବି ସେ ଦୁହିଁଙ୍କର କିଛି ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ସୂଚନାରୁ ଜାଣିବାକୁ ମିଳିଛି ଯେ ଏହି ଦୁଇ ଜଣ ସଞ୍ଜୟ କପୁରଙ୍କ ଘରେ ହେଉଥିବା ପାର୍ଟିରେ ସାଥି ହୋଇ ପହଞ୍ଚିଥିଲେ। ଆପଣ ଜାଣିଥିବେ ନିଶ୍ଚୟ ଯେ ସଞ୍ଜୟ କପୁର ହେଉଛନ୍ତି ଅର୍ଜୁନ କପୁରଙ୍କ କାକା। ସଞ୍ଜୟଙ୍କ ପାର୍ଟିରେ ମଲାଇକାଙ୍କ ପ୍ରବେଶ ଏହା କହୁଛି ଯେ କପୁର ପରିବାରରେ ତାଙ୍କର ଏକ ରକମର ପ୍ରବେଶ ହୋଇଯାଇଛି। ପାର୍ଟି ପରେ ନିଜେ ସଞ୍ଜୟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ୍‌ରେ ଅର୍ଜୁନ, ମଲାଇକାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More