Only for Entertainment

ଚିତ୍କାର ସତ୍ତ୍ୱେ ସାହାଯ୍ୟ କଲେ ନାହିଁ ଯାତ୍ରୀ : ଚଳନ୍ତା ଟ୍ରେନରେ ଅଭିନେତ୍ରୀଙ୍କୁ ଅସଦାଚରଣ

cloudfront.net
0 46

ଗୁରୁବାର ମଲାୟଲମ୍‌ ସିନେ-ଅଭିନେତ୍ରୀଙ୍କୁ ଚଳନ୍ତା ଟ୍ରେନରେ ଅସଦାଚରଣ କରିବା ଅଭିଯୋଗରେ ୪୦ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରିଛି କେରଳ ପୁଲିସ । ଅଭିଯୁକ୍ତ ଜଣଙ୍କ ତାମିଲନାଡ଼ୁ ଜିଲ୍ଲାର କନ୍ୟକୁମାରୀ ଅଞ୍ଚଳର ବିରୁକୁରିର ଅନ୍ତୋ ବୋଷ ବୋଲି ଜଣାପଡ଼ିଛି।

ପୁଲିସ ଅନୁଯାୟୀ, ଘଟଣାଟି ମାଙ୍ଗାଲୋରରୁ ତିରୁଭନନ୍ତପୁରମ୍‌ ଯାତ୍ରା କରୁଥିବା ମାଭାଲି ଏକ୍ସପ୍ରେସରେ ଘଟିଥିଲା । ଅଭିନେତ୍ରୀ ଜଣଙ୍କ କାନ୍ନୁରରୁ ତିରୁଭନନ୍ତପୁରମ୍‌ ଯାତ୍ରା କରୁଥିବା ବେଳେ ଅଭିଯୁକ୍ତ ଜଣଙ୍କ ଥିରୁର୍‌ରୁ ତିରୁଭନନ୍ତପୁରମ୍‌ ଯାତ୍ରା କରୁଥିଲେ । ଅଭିନେତ୍ରୀ ଜଣକ ଏସି କମ୍ପାଟମେଣ୍ଟରେ ଶୋଇଥିବା ସମୟରେ ଅଭିଯୁକ୍ତ ଜଣଙ୍କ ତାଙ୍କ ଓଠକୁ ସ୍ପର୍ଶ କରିଥିଲା । ପରେ ଅଭିନେତ୍ରୀ ଜଣକ ଅଭିଯୁକ୍ତର ହାତକୁ ଧରିବା ସହ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କିନ୍ତୁ ସେଠାରେ ଉପସ୍ଥିତ ଥିବା କୌଣସି ଯାତ୍ରୀ ତାଙ୍କ ସହାଯ୍ୟ ପାଇଁ ଆସିନଥିଲେ । ତାଙ୍କ ସହ ଯାତ୍ରା କରୁଥିବା ଫିଲ୍ମ ଇଣ୍ଡଷ୍ଟ୍ରିର ଦୁଇ ଜଣ ସାଙ୍ଗ ଉନ୍ନି ଏବଂ ରଞ୍ଜିତ ତାଙ୍କୁ ସାହାଯ୍ୟ କରିବା ସହ ତ୍ରିସୁର ଷ୍ଟେସନରେ ଅଭିଯୁକ୍ତକୁ ପୁଲିସକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ଜଣକଙ୍କ ବିରୋଧରେ ଆଇପିସି ଧାରା ୩୫୪ର ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି।

ଏହି ଘଟଣା ପରେ ଅଭିନେତ୍ରୀ ଜଣଙ୍କ ସୋସିଆଲ ମିଡ଼ିଆରେ ତାଙ୍କର ପ୍ରତିକ୍ରିୟା ରଖିଥିଲେ । ଏହି ଘଟଣା ସୋନୁର ଷ୍ଟେସନ ପରେ ପରେ ଘଟିଥିବା ବେଳେ ଅଭିଯୁକ୍ତଙ୍କୁ ତ୍ରିସୁରରେ ଗିରଫ କରାଯାଇଥିଲା । ଅଭିନେତ୍ରୀ ଜଣକ ଲେଖିଛନ୍ତି କି, ମୁଁ ସାହାଯ୍ୟ ପାଇଁ ପାଟି କରିଥିଲେ ମଧ୍ୟ ଟ୍ରେନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ମୋର ସାହାଯ୍ୟ ପାଇଁ ଆସି ନ ଥିଲେ । ଏହିପରି ପରିସ୍ଥିତିରେ ଲୋକଙ୍କ ପ୍ରତିକ୍ରିଯା ଦେଖି ମୁଁ ବହୁତ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More