Only for Entertainment

ଥମିଲା ବିବାଦ , ବିନା କଟରେ ରିଲିଜ ହେବାକୁ ଯାଉଛି ‘ଏସ ଦୁର୍ଗା’ !

the indian express
0 44

ବହୁଦିନ ଧରି ବିବାଦିତ ସ୍ତରରେ ଥିବା ‘ଏସ ଦୁର୍ଗା’ ଫିଲ୍ମକୁ ସେନସର ବୋର୍ଡର ରିଭାଇଜିଂ କମିଟି କୌଣସି କଟ ବିନା ରିଲିଜ କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ସଂପୂର୍ଣ୍ଣ ଫିଲ୍ମ ଦେଖିବା ପରେ କମିଟି ଫିଲ୍ମକୁ ୟୁ/ଏ ସାର୍ଟିଫିକେଟ ପ୍ରଦାନ କରିଛନ୍ତି ।

ପୂର୍ବ ବର୍ଷ ଫିଲ୍ମ ‘ଏସ ଦୁର୍ଗା’କୁ ଆନ୍ତର୍ଜାତିକ ଫିଲ୍ମ ଫେଷ୍ଟିଭାଲର ସ୍କ୍ରିନିଂରୁ ବହିଷ୍କାର କରାଯାଇଥିଲା । ଏହାପରେ ଫିଲ୍ମର ନିର୍ମାତା ଏହାର ବିରୋଧ କରିଥିଲେ । ଏବେ ଫିଲ୍ମ ବିନା କୌଣସି ରୋକରେ ସାର୍ବଜନିକ ରୂପରେ ପ୍ରଦର୍ଶନ କରାଯାଉଥିବାରୁ ନିର୍ଦ୍ଧେଶକ ସନଲ ଶଶିଧରନ ଖୁସି ଥିବାର କହିଛନ୍ତି । ଫିଲ୍ମମେକର ନିଜର ପ୍ରଥମ ପକ୍ଷ ରଖିବା ଲାଗି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ଏହାପରେ ଏବେ କୌଣସି ରୋକ ବିନା ଫିଲ୍ମ ରିଲିଜ ହେବାକୁ ଯାଉଛି । ଶଶିଧରନ ଫିଲ୍ମର ପୋଷ୍ଟଲ ନିଜ ଟ୍ୱିଟରରେ ରିଲିଜ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More