Only for Entertainment

ମାଲିକ ଦେଲେ କୁକୁରକୁ ଧୋକା, ଥଣ୍ଡାରେ କୁକୁରକୁ ରାସ୍ତାରେ ବିଛଣା ସହ ଛାଡି ଚାଲିଗଲେ !

96

ଆଜିକାଲି ପ୍ରତି ଘରେ ଘରେ କୁକୁର । ଜୀବ ମାନଙ୍କ ମଧ୍ୟରେ କୁକୁର ବିଶ୍ୱସ୍ତ ଥିବାରୁ ଲୋକମାନେ କୁକୁରକୁ ଖୁବ ଭଲ ପାଆନ୍ତି । ଖୁବ କମ ଲୋକ ଥିବେ ଯେଉଁମାନେ କୁକୁର ପସନ୍ଦ କରୁନଥିବେ । ମାତ୍ର ୟୁଟ୍ୟୁବରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି , ଯାହା ଖୁବ ଶେୟାର ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ବ୍ୟକ୍ତି ଏତେ ଥଣ୍ଡାରେ ନିଜର କୁକୁରକୁ ବିଛଣା ସହ ରାସ୍ତାରେ ଛାଡି ଦେଉଛନ୍ତି । ଏହି କୁକୁର ନିଜ ମାଲିକର ଏଭଳି ମନୋବୃତିକୁ ବୁଝି ପାରିନଥିଲା, କୁକୁରକୁ ଲାଗିଥିଲା ଯେ ତାକୁ ମାଲିକ ବୁଲାଇବା ପାଇଁ ଆଣିଛି । ମାତ୍ର ଯେତେବେଳେ କୁକୁର ଏହା ଅନୁଭବ କରୁଛି ସେତେବେଳେ ମାଲିକ ସେଠାରୁ ଚାଲି ଯାଇଛନ୍ତି ,କିନ୍ତୁ କୁକୁର ଏହା ଦେଖି ଦୌଡିବାକୁ ଲାଗିଥିଲା । ଯାହାର ଭିଡିଓ ଏକ ସିସିଟିଭିରେ କଏଦ ହୋଇଛି ।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେବାରେ ଏକ ବୋର୍ଡିଂ କେନେଲ ସେହି କୁକୁରକୁ ନେଇ ଆଶ୍ରୟ ଦେଇଛନ୍ତି । ଏବେ ଏହି କୁକୁରର ନାଁ ସ୍ନୁପ ରଖାଯାଇଛି ।

ଏଠାରେ ଆମେ କହି ରଖୁଛୁ ଯେ ଏହି ଘଟଣା ଇଂଲଣ୍ଡର ଟ୍ରେନ୍ଥମ ପାଖରେ ଥିବା ପେସିଫିକ ରୋଡର । ଯେଉଁଠାରେ ଏକ ସ୍ଟେଫୋର୍ଡଶାୟର ବୁଲ କୁକୁରକୁ ତା’ର ମାଲିକ ଛାଡି ଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More