Only for Entertainment

ମଦ୍ୟପାନ ପାଇଁ ବିରୋଧ କରିବାରୁ ସ୍ୱାମୀ କାଟିଲେ ସ୍ତ୍ରୀର ଜିଭ !

amarujala
0 34

ସ୍ୱାମୀ ପାଲଟିଲା ରାକ୍ଷସ, ମଦ ପିଇବାକୁ ବିରୋଦ୍ଧ କରିବାରୁ ସ୍ତ୍ରୀର ଜିଭ କାଟିଦେଲା ଅମଣିଷ ସ୍ୱାମୀ ଜଣକ । ଆଜ୍ଞା ହଁ, ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ କିନ୍ତୁ ଏହା ସତ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର କାନପୁରରେ । ମହିଳା ଜଣକ ମଦ ପିଇବାକୁ ମନା କରିବାରୁ, ମହିଳାଙ୍କ ସ୍ୱାମୀ ତାଙ୍କ ଜିଭ କାଟି ଦେଇଛନ୍ତି । ଅସଲରେ ସ୍ୱାମୀ ଜଣକ ମଦ ପିଇବା କାରଣରୁ ସବୁବେଳେ ଝଗଡା ଲାଗିଆସୁଥିଲା । ସ୍ତ୍ରୀର ରାଗ ଝଗଡାକୁ ନେଇ ଚିନ୍ତିତ ଥିଲା ସ୍ୱାମୀ ଜଣକ । ଫଳରେ କ୍ରୋଧରେ ଜର୍ଜରିତ ସ୍ୱାମୀ ନିଜ ସ୍ତ୍ରୀର ଜିଭ କାଟି ଦେଇଥିଲା । ମହିଳା ଜଣଙ୍କୁ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏନେଇ ଅଭିଯୋଗକାରୀଙ୍କ ବିରୋଦ୍ଧରେ ଏକ ମାମଲା ରୁଜୁ କରିଛି । କିନ୍ତୁ ଦୋଷୀ ଜଣକ ବର୍ତ୍ତମାନ ଫେରାର୍ ଅଛନ୍ତି ।

ଘଟଣାଟି ହେଉଛି କାନପୁରର କର୍ନଲଙ୍ଗଜ ଇଲାକାର । ମହିଳାଙ୍କ ପତି ୪୦ ବର୍ଷର ଶକିଲ ଅହମଦ । ପେଶାରେ ଜଣେ ମଜୁରୀଆ । ମଜୁରୀ କାମ କରୁଥିବାରୁ ପରିବାରର ୬ଜଣ ପ୍ରାଣୀ ଭରଣାପୋଷଣ ଦାୟିତ୍ୱ ଶକିଲଙ୍କ ଉପରେ ନ୍ୟସ୍ତ ଥାଏ । ସେଥିମଧ୍ୟରୁ ତାଙ୍କର ୪ଟି ସନ୍ତାନ ଅଛି । ପୋଲିସ କହିବା ମୁତାବକ, ଶକିଲ ସବୁଦିନ ଡ୍ରଗ୍ସ ଓ ମଦ ପିଉଥିବା କାରଣରୁ ତାଙ୍କ ପତ୍ନୀ ବିରୋଦ୍ଧ କରି ଆସୁଥିଲେ । ପତ୍ନୀଙ୍କ ବିରୋଦ୍ଧରେ ବିରକ୍ତି ହୋଇ ସେ ତାଙ୍କ ଜିଭ କାଟିଦେଇଛନ୍ତି ।

ଗତ ଶୁକ୍ରବାର ରାତ୍ରୀରେ ମଦ ପିଇବା କାରଣକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା । ଯେଉଁଥିରେ ରାଗରେ ଜର୍ଜରିତ ହୋଇ ସ୍ୱାମୀ ଜଣକ ନିଜ ପତ୍ନୀର ଜିଭ କାଟି ଦେଇଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More