Only for Entertainment

ସ୍ୱାମୀ ମରିବାର ତିନି ବର୍ଷ ପରେ ମା ହେଲେ ମହିଳା ଜଣକ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

zeenews
0 59

ତିନି ବର୍ଷ ଆଗରୁ ସ୍ୱାମୀଙ୍କୁ ହରାଇଥିବା ମହିଳାଙ୍କ ମୁହଁରେ ଏବେ ହସ ପୁଣି ଥରେ ଫେରିପାଇଛି, କାରଣ କୋଳରେ ତାଙ୍କର ଏବେ ସନ୍ତାନ ଖେଳିବ । ସମସ୍ତେ ହୁଏତ ଆଶ୍ଚର୍ଯ୍ୟ ହେଉଥିବେ, ମୃତ୍ୟୁ ହୋଇସାରିଥିବା ସ୍ୱାମୀ ବିନା ପୁତ୍ର ସନ୍ତାନ କିପରି ସମ୍ଭବ? ହୁଏତ ସେ ମହିଳା ଜଣକ ଦ୍ୱିତୀୟ ବିବାହ କରିଥିବେ କିମ୍ବା ମହିଳା ଜଣକର ଅନ୍ୟକାହା ସହ ଅନୈତିକ ସମ୍ପର୍କ ଥିବ । ଆପଣ ମାନଙ୍କୁ ଜଣାଇ ରଖୁଛି, ସେପରି କିଛି ହୋଇନାହିଁ । ଘଟଣାଟି ହେଉଛି, ଜନ୍ମ ହୋଇଥିବା ପୁତ୍ର ହେଉଛି ମହିଳାଙ୍କ ସ୍ୱାମୀର ଯାହାଙ୍କ ୩ବର୍ଷ ପୂର୍ବରୁ ମୃତ୍ୟୁ ହୋଇସାରିଛି । ଆଜ୍ଞା ହଁ, ଏପରି ସମ୍ଭବ ହୋଇଛି ବିଟ୍ରୋ ଫର୍ଟିଲାଇଜେସନ( ଆର୍ଡିବିଏଫ) ପଦ୍ଧତୀ ଜରିଆରେ ହୋଇଥିଲା ।

ସଡକ ଦୁର୍ଘଟଣାରେ ଚାଲିଯାଇଥିଲା ସ୍ୱାମୀଙ୍କ ଜୀବନ:
ଏହି ଅଭୂର୍ତଘଟଣା ଆରମ୍ଭ ୨୦୧୫ରେ ହୋଇଥିଲା । ସୁପ୍ରିୟା ଜ÷ନ ଗୌରବ ଏସଙ୍କର ବିବାହ ହୋଇଥିଲା । ବିବାହ ପରେ ପରିବାର ଆଗକୁ ବଢାଇବା ପାଇଁ ଉଭୟ ଏଥିନେଇ ଯୋଜନା କରୁଥିିଲେ । ସେମାନଙ୍କର ବିବାହ ୫ବର୍ଷ ପୂର୍ବରୁ ହୋଇଥିଲା । କିନ୍ତୁ ସେମାନଙ୍କୁ ପୁତ୍ର ସନ୍ତାନର ସୁଖ ମିଳି ପାରି ନ ଥିଲା । ଡାକ୍ଟରି ଯାଞ୍ଚ ପରେ ଜଣାପଡିଥିଲା କି ସାମନ୍ୟ କାରଣରୁ ସେମାନେ ମାତା ପିତା ହେବାରେ ଅସମର୍ଥ । ସେଥିପାଇଁ ସେମାନେ ଆଇବିଏଫ ପଦ୍ଧତିର ସାହାର୍ଯ୍ୟ ନେଇଥିଲେ । କିନ୍ତୁ କପାଳରେ ବୋଧେ ଆଉ କିଛି ଲେଖା ଥିଲା । ଯେତେବେଳେ ସେମାନେ ଆଇବିଏଫ ପ୍ରକିୟା ପୂରଣ କଲେ ସେ ସମୟରେ ସଡକ ଦୁର୍ଘଟଣାରେ ଗୌରବଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଦୁର୍ଘଟଣାର ଦୁଇ ଦିନ ପୂର୍ବରୁ ସେମାନେ ଆଇବିଏଫ ପ୍ରକିୟା ଆରମ୍ଭ କରିଥିଲେ । ଯାହା ଫଳରେ ଏବେ ସ୍ମାମୀଙ୍କ ମୃତ୍ୟୁର ତିନି ବର୍ଷ ପରେ ମଧ୍ୟ କୋଳରେ ସୁପ୍ରିୟା ଜ÷ନଙ୍କ ପୁତ୍ର ସନ୍ତାନ ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More