Only for Entertainment

ନିଜ ଜିନ୍ସ ପାଇଁ ବଂଚି ଯାଇଥିଲେ ସମୁଦ୍ରରେ ଭାସି ଯାଉଥିବା ଏହି ଯୁବକ !

timesnow
19

ପ୍ରଶାନ୍ତ ମହାସାଗରରେ ନ୍ୟୁଜିଲାଣ୍ଡ ବେଳାଭୂମିରୁ ୨୦ମିଲ ଦୂରରେ ଫସି ଥିବା ଜଣେ ଜର୍ମାନ୍‌ ବ୍ୟକ୍ତି ପିନ୍ଧିଥିବା ଜିନ୍ସ ହେତୁ ତିନିଘଣ୍ଟା କାଳ ନିଜକୁ ପାଣି ଭିତରେ ଜୀବିତ ରଖି ପାରିଥିଲେ।

ସୂଚନାଯୋଗ୍ୟ, ଅର୍ନେ ମୁର୍କ ନିଜ ଭାଇ ସହିତ ଆକଲ୍ୟାଣ୍ଡରୁ ବ୍ରାଜିଲ ପର୍ଯ୍ୟନ୍ତ ନୌକାବିହାର କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଫଳରେ ୩୦ବର୍ଷୀୟ ଅର୍ନେ ମୁର୍କ ସମୁଦ୍ର ଭିତରକୁ ଚାଲି ଯାଇଥିଲେ। ଅର୍ନେଙ୍କୁ ତାଙ୍କ ଭାଇ ବଞ୍ଚାଇବାକୁ ବହୁ ଚେଷ୍ଟା କରିଥିଲେ, କିନ୍ତୁ ସମୁଦ୍ରର ଲହଡି ତାଙ୍କୁ ଭସାଇ ନେଇଥିଲା। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ସେ ପିନ୍ଧିଥିବା ଜିନ୍ସ ହେତୁ ସମୁଦ୍ର ଭିତରେ ତିନି ଘଣ୍ଟାରୁ ଅଧିକ ସମୟ ପହଁରି ପହଁରି ନିଜକୁ ଜୀବିତ ରଖିଥିଲେ। ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଅର୍ନେଙ୍କୁ ସମୁଦ୍ର ଭିତରୁ ଉଦ୍ଧାର କରିଥିଲେ।


ଅର୍ନେଙ୍କ କହିବାନୁସାରେ, ସୌଭାଗ୍ୟବଶତଃ ସେ ଜିନ୍ସ ଜରିଆରେ ପହଁରା ଶିଖିଥିବାରୁ ଆଜି ତାଙ୍କ ଜୀବନ ରକ୍ଷା ହୋଇ ପାରିଛି। ବାସ୍ତବରେ ଜିନ୍ସ ତାଙ୍କ ଜୀବନ ବଞ୍ଚାଇ ଦେଇଛି।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More