Only for Entertainment

ବର ଘୋଡାରେ ଚଢି ଵ୍ୟକ୍ତି ଜଣକ କଲେ ନାଗୀନ ଡାନ୍ସ, ଭିଡିଓ ସୋସିଆଲ ମିଡିଆରେ ଭାଇରାଲ !

41

ସେମିତି ତ ସାରା ଦୁନିଆରେ ବେଲି, ଟାଙ୍ଗୋ , ଜାଜ ଏବଂ ହିପହପ ଭଳି ଅନେକ ପ୍ରକାର ଡାନ୍ସ ଚାରିଆଡେ ପ୍ରସିଦ୍ଧ । ସେହିଭଳି କଥକ, ଭାରତନାଟ୍ୟମ ଏବଂ କୁଚି ପୁଡି ଭଳି ପାରମ୍ପାରିକ ଡାନ୍ସ ଆଜି ମଧ୍ୟ ପ୍ରସିଦ୍ଧ । କିନ୍ତୁ ଯେତେବେଳେ ବିବାହ ସମୟ ଆସେ ନାଗୀନ ଡାନ୍ସ ସର୍ବପ୍ରଥମେ ଆସେ । ଏକ ଏଭଳି ନାଗୀନ ଡାନ୍ସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଅସଲରେ ଜଣେ ବ୍ୟକ୍ତି ନାଚୁ ନାଚୁ ଅଚାନକ ବର ଘୋଡା ଉପରେ ଚଢି ନାଗୀନ ଡାନ୍ସ କରିବାକୁ ଲାଗିଥିଲେ । ଆଶ୍ଚର୍ଯ୍ୟର ବିଷୟ ଏହା ଯେ ଏହି ସମୟରେ ବର ମଧ୍ୟ ସେହି ଘୋଡାରେ ବସିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ବର ମୁହଁରେ ଟଙ୍କା ଦେଇଥିଲେ । ଏବଂ ଏହି ବ୍ୟକ୍ତି ଜଣକ ବର ମୁହଁରୁ ଟଙ୍କା କାଢି ମଜାରେ ଡାନ୍ସ କରିବାକୁ ଲାଗିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More