Only for Entertainment

‘ପାକିସ୍ତାନ ମୁର୍ଦାବାଦ’ ନାରା ଲଗାଇ ଏହି ବ୍ୟକ୍ତି ବିକୁଥିଲେ ଜୋତା, ଦେଖନ୍ତୁ ଭିଡିଓ !

40

କଶ୍ମୀର ପୁଲୱାମାରେ ଭାରତୀୟ ସେନାଙ୍କ ଉପରେ ହୋଇଥିବା ହମଲାରେ ୪୦ଜଣ ଜବାନ ସହିଦ ହୋଇଥିଲେ । ଦେଶ ଜବାନଙ୍କ ଏଭଳି ପରିସ୍ଥିତିକୁ ନେଇ ଦୁଃଖୀ ଏବଂ ଆତଙ୍କବାଦୀଙ୍କ ଉପରେ କ୍ରୋଧରେ ଅଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ମାତ୍ର ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ଭିଡିଓ କେବେର ଏବଂ କେଉଁସ୍ଥାନର ?

ଭିଡିଓରେ ଆପଣ ଦେଖି ପାରୁଥିବେ ଜଣେ ବ୍ୟକ୍ତି ଏକ ବଜାରରେ ହାତରେ ଜୋତା ଧରି ବିକ୍ରି କରୁଛନ୍ତି । ସେ ଜୋତାକୁ ବାରମ୍ବାର ମୋଡିବା ସହ ‘ପାକିସ୍ତାନ ମୁର୍ଦାବାଦ’ ନାରା ଲଗାଇବାରେ ଲାଗିଛନ୍ତି । ସେ ନାରା ପରେ ୧୧୦୦ଟଙ୍କାରେ ତିନୋଟି ଜୋତା କହୁଛନ୍ତି ଏବଂ ସେଠାରେ ଯିବା ଆସିବା କରୁଥିବା ଲୋକଙ୍କୁ ମଧ୍ୟ ଏହି ନାରା କହିବା ପାଇଁ କହୁଛନ୍ତି । କେବଳ ସେତିକି ନୁହେଁ ସେ ରାଗି ଯାଇ ଜୋତା ଫୋପାଡି ଥିବା ମଧ୍ୟ ଭିଡିଓରେ ନଜର ଆସିଛି । ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ପ୍ରସିଦ୍ଧ କବି ଇମରାନ ପ୍ରତାପଗଢୀ ୧୮ଫେବୃୟାରୀରେ ନିଜ ଟ୍ୱିଟର ଅକାଉଂଟରେ ଶେୟାର କରିଛନ୍ତି । ଏଥିରେ ଲୋକଙ୍କ ଭଲ ଭଲ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More