Only for Entertainment

ଟଙ୍କା ବଂଚାଇବା ପାଇଁ ୧୫ଟି ସର୍ଟ୍ସ ପିନ୍ଧି ବିମାନରେ ଯାତ୍ରା କଲେ ଏହି ବ୍ୟକ୍ତି, ଦେଖନ୍ତୁ ଭିଡିଓ !

46

ବିମାନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଓଜନର ଜିନିଷ ନେବା ପାଇଁ ନିର୍ଣ୍ଣୟ କରାଯାଇଛି । ସେଥିରୁ ଅଧିକ ନେଲେ ଅଧିକ ଟଙ୍କା ଗଚ୍ଚିବାକୁ ପଡିବ । ଲୋକମାନେ ଏଥିପାଇଁ ମଧ୍ୟ ଏବେ ଅନେକ ବୁଦ୍ଧି ଖଟାଇବା ଆରମ୍ଭ କରିଦେଲେଣି । ଗ୍ଲାସଗୋରେ ରହୁଥିବା ଇରାବିନ ଫ୍ରାନ୍ସ ର ନାଇସ ବିମାନପୋର୍ଟକୁ ଯାଇଥିଲେ । ତାଙ୍କୁ ସେଠାରେ କହିଥିଲେ ବ୍ୟାଗ ଖୁବ ଓଜନ ଅଛି । ଅର୍ଥାତ ଏହି ଓଜନ ପାଇଁ ତାଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ସେ ଏଥିରୁ ବଂଚିବା ପାଇଁ ଏକ ଭିନ୍ନ କାରନାମା କରିଛନ୍ତି । ଅର୍ଥାତ ବ୍ୟାଗ ଖୋଲି ସେଥିରୁ ୧୫ଟି ପ୍ୟାଂଟ ଏବଂ ଟି ସାର୍ଟ ଯାହା ଦେଖିଲେ ସେ ପିନ୍ଧି ପକାଇଲେ ଏବଂ ଚାଲିଲେ ।

ତାଙ୍କ ପୁଅ ଜନ ଈରାବିନ ଏହି ଭିଡିଓ ଟ୍ୱିଟରରେ ଶେୟାର କରିଛନ୍ତି । ସେ ସମ୍ପୂର୍ଣ୍ଣ ପରିବାର ସହ ନାଇସ ଏଡିନବର୍ଗ ଯାତ୍ରା କରୁଥିଲେ । ଏହି ଉପାୟରେ ମିଷ୍ଟର ଇରାବିନ ନିଜ ଟଙ୍କା ବଂଚାଇପାରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More