Only for Entertainment

ଏହି ଡାଏଟ ପ୍ଲାନରୁ ଫିଟ ଅଛନ୍ତି ମନ୍ଦିରା ବେଦୀ, ପ୍ରେଗ୍ନେଂସୀ ପରେ କମାଇଥିଲେ ୨୨କିଲୋ ଓଜନ !

43

ମନ୍ଦିରା ବେଦୀ ଆଜି ନିଜ ୪୭ତମ ଜନ୍ମଦିନ ସେଲିବ୍ରେଟ କରୁଛନ୍ତି । ଟିଭି ସିରିଅଲ ଶାନ୍ତିରୁ ପପୁଲାର ହୋଇଥିବା ଅଭିନେତ୍ରୀ ମନ୍ଦିରା ବେଦୀ ୯୦ଦଶକ ସିରିଅଲ ଶାନ୍ତିରେ ଇଣ୍ଡିପେଂଡେଂଟ ମହିଳା ଭୂମିକାରେ ନଜର ଆସିଥିଲେ । ମନ୍ଦିରା ଏହାବତୀତ ଦିଲବାଲେ ଦୁଲହନିଆ ଲେ ଜାୟେଙ୍ଗେରେ ମଧ୍ୟ କାମ କରିଥିଲେ ।

୪୭ବର୍ଷ ବୟସରେ ସେ ଯୁବାବର୍ଗଙ୍କୁ ଫିଟନେସ ଗୋଲ ଦେଉଛନ୍ତି । ସେ ୱାର୍କଆଉଟ ବ୍ୟତୀତ ନିଜ ଡାଏଟର ମଧ୍ୟ ଖାସ ଧ୍ୟାନ ରଖନ୍ତି । ପ୍ରେଗ୍ନେସି ସମୟରେ ମନ୍ଦିରା ବେଦୀଙ୍କ ଓଜନ ୨୨କିଲୋ ବଢି ଯାଇଥିଲା । ମା’ ହେବା ପରେ ମନ୍ଦିରା ନା କେବଳ ଓଜନ କମାଇଥିଲେ ବରଂ ସେପରେ ଆସିଯାଇଥିଲେ । ମନ୍ଦିରା ସକାଳୁ ଉଠି ଏଗ ହ୍ୱାଇଟ ଓମଲେଟ, ଟୋଷ୍ଟ ଏବଂ କଫି ପିଅନ୍ତି । ଦ୍ୱିପ୍ରହର ଲଂଚରେ ଫ୍ରୁଟ୍ସ ଏବଂ ଡାଲି ରୋଟି ଖାଆନ୍ତି । ଏହା ବ୍ୟତୀତ ଖୁବ ଗ୍ରୀନ ଟି ପିଅନ୍ତି ।
ସେ ଖୁବ ହାଲକା ଫୁଲକା ଖାଦ୍ୟ ଖାଆନ୍ତି । ମନ୍ଦିରା ରାତିରେ କେବକ ସ୍ନାକ୍ସ ଖାଆନ୍ତି । ସେ ଅଧିକରୁ ଅଧିକ ସାଲାଡ ଖାଆନ୍ତି ଏବଂ ୱାର୍କଆଉଟ ପରେ ଲେମ୍ବୁ ପାଣି ପିଅନ୍ତି ।

ଏକ ଇଭେଂଟରେ ଜଣେ ହୋଷ୍ଟ ମନ୍ଦିରାଙ୍କୁ ପୁଶ ଅପ ପାଇଁ ଚ୍ୟାଲେଂଜ କରିଥିଲେ । ମନ୍ଦିରା ଶାଢୀରେ ହିଁ ୱାର୍କଆଉଟ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ପର୍ସନାଲ ଲାଇଫ ବିଷୟରେ କହିବାକୁ ଗଲେ ୧୯୯୯ରେ ନିର୍ଦ୍ଦେଶକ ରାଜ କୌଶଲଙ୍କୁ ବିବାହ କରିଥିଲେ ମନ୍ଦିରା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More