Only for Entertainment

ଗରମ ଦିନେ ପ୍ରସ୍ତୁତ କରି ପିଅନ୍ତୁ ମ୍ୟାଙ୍ଗୋ ଲସି

Café RiDAN
0 73

ଗରମ ଦିନରେ ଆପଣ ଦହି ଲସି ପ୍ରାୟତଃ ପିଉଥିବେ । କିନ୍ତୁ ଆମ୍ବ ଋତୁରେ ଆମ୍ବ ଲସି ପ୍ରସ୍ତୁତ କରି ଥରେ ଟ୍ରାଏ କରନ୍ତୁ । ଏହା ସ୍ୱାଦିଷ୍ଟ ହେବା ସହିତ ସ୍ୱାସ୍ଥ୍ୟ ପାଇଁ ହିତକର ମଧ୍ୟ । ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ପ୍ରଣାଳୀ ।

ସାମଗ୍ରୀ-
ପାଚିଲା ଆମ୍ବ- ୪ କପ
ଦହି- ୨ କପ
ଚିନି- ୩ ଚାମଚ
ଗୁଜୁରାତି ପାଉଡର- ଅଧା ଚାମଚ
ଡ୍ରାଏ ଫ୍ରୁଟସ(କଟା ଯାଇଥିବା)
ପୋଦିନା ପତ୍ର- ସ୍ୱାଦ ଅନୁସାରେ

ପ୍ରଣାଳୀ-
ପ୍ରଥମେ ବ୍ଲେଣ୍ଡରରେ ଆମ୍ବ, ଦହି, ଚିନି, ଗୁଜୁରାତି ଗୁଣ୍ଡ ପକାଇ ଭଲଭାବେ ବ୍ଲେଣ୍ଡ କରି ଦିଅନ୍ତୁ । ବ୍ଲେଣ୍ଡ କରି ସାରିବା ପରେ ଏହାକୁ ଗ୍ଲାସରେ ଢାଳି ଦିଅନ୍ତୁ । ଆପଣଙ୍କର ମ୍ୟାଙ୍ଗୋ ଲସି ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ଏହାକୁ ଡ୍ରାଏ ଫ୍ରୁଟସ ଏବଂ ପୋଦିନା ପତ୍ର ସହିତ ଗାର୍ନିଶ କରି ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More