Only for Entertainment

ମ୍ୟାଙ୍ଗୋ ରାଇସ ପ୍ରସ୍ତୁତି ପ୍ରଣାଳୀ

Manjula's Kitchen
0 64

ଆବଶ୍ୟକ ସାମଗ୍ରୀ-

ଭାତ- ୧ କପ
କଟା କଂଚା ଆମ୍ବ- ଅଧା କପ
ସୋରିଷ- ଅଧା ଚାମଚ
ବରି ଡାଲି- ଅଧା ଚାମଚ
ଚଣା ଡାଲି- ଅଧା ଚାମଚ
ବାଦାମ- ଗୋଟେ ଚାମଚ
କଂଚା ଲଙ୍କା- ୨ ଟା
ଭୃସଙ୍ଗ ପତ୍ର- ଅଳ୍ପ କିଛି
ହେଙ୍ଗୁ
ହଳଦୀ- ଅଧା ଚାମଚ
ରାଶି ତେଲ- ୩ ଚାମଚ
ଲୁଣ- ସ୍ୱାଦ ଅନୁସାରେ

ପ୍ରଣାଳୀ-

ଗ୍ୟାସରେ କଢେଇ ବସାଇ ରାଶି ତେଲ ଗରମ କରନ୍ତୁ । ତେଲ ଗରମ ହେବା ପରେ ସୋରିଷ, ବିରି ଡାଲି, ଚଣା ଡାଲି, କଂଚା ଲଙ୍କା, ଭୃସଙ୍ଗ ପତ୍ର ପକାଇ ଫୁଟାନ୍ତୁ । ପରେ ସେଥିରେ ହେଙ୍ଗୁ ଏବଂ ହଳଦୀ ଗୁଣ୍ଡ ପକାନ୍ତୁ । ତା’ପରେ କଟା କଂଚା ଆମ୍ବ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ସେଥିରେ ଭାତ ଓ ସ୍ୱାଦନୁସାରେ ଲୁଣ ପକାଇ ଘୋଡାଇ ଦିଅନ୍ତୁ । କିଛି ସମୟ ପରେ ଏକ ପାତ୍ରକୁ କାଢି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କ ମ୍ୟାଙ୍ଗୋ ରାଇସ । ଗରମ ଗରମ ଏହାକୁ ପରଷନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More