Only for Entertainment

ରାଣୀ ଲକ୍ଷ୍ମୀବାଇଙ୍କ ଆର୍ମିରେ ସୁନ୍ଦରୀ ଅଙ୍କିତା । ଆସିଲା ଫାଷ୍ଟଲୁକ୍ ।

stardust
0 68

ଛୋଟ ପରଦାର ଅଭିନେତ୍ରୀ ବର୍ତ୍ତମାନ ଖୁବ ଚର୍ଚ୍ଚାର ବିଷୟ ପାଲଟୁଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ଅଙ୍କତା ଲୋଖଣ୍ଡେ । ଅଙ୍କତା ଜି ଟିଭିରେ ଆଧାରିତ ଧାରାବାହିକରେ ପ୍ରଥମେ ପରଦାରେ ପାଦ ଦେଇଥିଲେ । ଏହି ସିରିୟଲରେ ସେ ଅର୍ଚ୍ଚନା ଭୂମିକାରେ ଅଭିନୟ କରି ଚର୍ଚ୍ଚାରେ ରହିଥିଲେ । ଆଜି ମଧ୍ୟ ତାଙ୍କୁ ଲୋକମାନେ ଅର୍ଚ୍ଚନା ନାମରେ ମନେ ରଖିଛନ୍ତି ।

ମାତ୍ର ଖୁସିର ବିଷୟ ହେଉଛି ଅଙ୍କିତା ମଣିକର୍ଣ୍ଣିକା ଫିଲ୍ମରେ ନଜର ଆସିବେ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଆଗାମୀ ଫିଲ୍ମ ମଣିକର୍ଣ୍ଣିକା – ଦ କୁଇନ୍ ଅଫ୍ ଝାଂସି ଏବର୍ଷର ବହୁ ପ୍ରତିକ୍ଷୀତ ସିନେମା ଭାବେ ପରଦାକୁ ଆସିବାକୁ ଯାଉଛି । ତେବେ ଫିଲ୍ମରେ କଙ୍ଗନାଙ୍କ ରାଣୀ ଲକ୍ଷ୍ମୀ ବାଇ ଚରିତ୍ରକୁ ନେଇ ଅନେକ ଲୁକ୍ସ ସୋସିଆଲ୍ ମିଡିଆରେ ଦେଖିବାକୁ ମିଳିଛି । ହେଲେ ଏବେ ଭାଇରାଲ୍ ହୋଇଛି ଫିଲ୍ମରେ ଅନ୍ୟ ଏକ ପ୍ରମୁଖ ଚରିତ୍ରରେ ଅଭିନୟ କରୁଥିବା ନାୟିକା ଅଙ୍କିତା ଲୋଖାଣ୍ଡେଙ୍କ ଲୁକ୍ ।

Ankita-Lokhande-Manikarnika-first-look_0_5aab5e01a3e10

ଏହି ଫିଲ୍ମରେ ଅଙ୍କିତାଙ୍କୁ ଆପଣ ଦେଖିପାରୁଥିବେ ମହାରାଷ୍ଟିୟାନ ଷ୍ଟାଇଲରେ ନାଲି ଏବଂ ସବୁଜ ରଂଗର ଶାଢୀ ପିନ୍ଧିଛନ୍ତି । ଏହି ଲୁକରେ ସେ ଖୁବ ସୁନ୍ଦର ଦିଶୁଛନ୍ତି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଅଙ୍କିତା ତାଙ୍କର ସୁଟିଂ ଶେଷ କରି ସାରିଲେଣି । ଏବେ ଫିଲ୍ମର ଶେଷ ପର୍ଯ୍ୟାୟ ସୁଟିଂ ହେଉଅଛି ।

ଫିଲ୍ମରେ ଅଙ୍କିତାଙ୍କୁ ଝଲକାରୀ ବାଇ ଭୂମିକାରେ ଦେଖିବାକୁ ମିଳିବ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ଏହି ଭୂମିକା ବିଷୟରେ ସେ ଆଗରୁ ଜାଣି ନଥିଲେ । ମାତ୍ର ଝଲକାରୀ ବାଇ ଭାରତ ଇତିହାସରେ ଜଣେ ପ୍ରସିଦ୍ଧ ଯୋଦ୍ଧା ଥିଲେ । ତେଣୁ ତାଙ୍କୁ ଏହି ଭୂମିକାରେ ଅଭିନୟ କରିବାକୁ ମିଳିଥିବାରୁ ସେ ଗର୍ବିତ ।

ବାହୁବଲୀ ଏବଂ ବଜରଂଗୀ ଭାଇଜାନ ଭଳି ସ୍କ୍ରିପ୍ଟ ଲେଖିଥିବା ବିଜେନ୍ଦ୍ର ପ୍ରସାଦ ହିଁ ‘ମଣିକର୍ଣ୍ଣିକା : ଦ କ୍ୱିନ ଅଫ ଝାନ୍ସୀ’ର ସ୍କ୍ରିପ୍ଟ ଲେଖିଛନ୍ତି । ଏହି ଫିଲ୍ମକୁ କ୍ରିଶ ନିର୍ଦ୍ଧେଶନା ଦେଇଛନ୍ତି । ଏହି ଫିଲ୍ମ ୩ ଅଗଷ୍ଟରେ ରିଲିଜ ହେବାକୁ ଯାଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More