Only for Entertainment

ସାମ୍ନାକୁ ଆସିଲା ମଣିକର୍ଣ୍ଣିକାର ଫାଷ୍ଟ ଲୁକ ।

aajtak
0 38

ଝାନ୍ସ ରାଣୀ ଲକ୍ଷ୍ମୀ ବାଇଙ୍କ ଜୀବନୀ ଉପରେ ନିର୍ମାଣ ହେଉଥିବା ଫିଲ୍ମ ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସୀର ପ୍ରଥମ ଲୁକ ସାମ୍ନାକୁ ଆସିଛି । ଏହି ଫିଲ୍ମରେ ଝାନ୍ସୀ ରାଣୀଙ୍କ ଚରିତ୍ରରେ ନଜର ଆସିବେ କଙ୍ଗନା ରାଣାୱତ । ଖବୁଶୀଘ୍ର ଫିଲ୍ମର ସୁଟିଂ ଶେଷ ହେବାକୁ ଯାଉଛି । କଙ୍ଗନାଙ୍କ ଟ୍ୱିଟରରେ ହ୍ୟାଣ୍ଡେଲରେ କଙ୍ଗନାଙ୍କର ଫାଷ୍ଟ ଲୁକ ସେୟାର କରାଯାଇଛି । ଏଥିରେ କଙ୍ଗନା ପାରମ୍ପରିକ ଅନ୍ଦାଜରେ ନଜର ଆସିଛନ୍ତି ।
ଗତ ବର୍ଷ ୫ ମଇକୁ ଏହି ଫିଲ୍ମର ଲଂଚ କରାଯାଇଥିଲା । ଫିଲ୍ମରେ ଚରିତ୍ରକୁ ରିଅଲ ଦେଖାଇବା ପାଇଁ କଙ୍ଗନା ଖୁବ ପରିଶ୍ରମ କରିଛନ୍ତି । ଫିଲ୍ମରେ ଦେଖା ଯାଇଥିବା ଅଧିକାଂଶ ଆକନ୍ସ ଦୃଶ୍ୟ ନିଜେ କଙ୍ଗନା କରିଛନ୍ତି । ଫିଲ୍ମ ଏହି ବର୍ଷ ଶେଷ ସୁଦ୍ଧା ରିଲିଜ ହେବ ।
କଙ୍ଗନାଙ୍କର ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ କଙ୍ଗନା ମୁଣ୍ଡରେ ପଗଡ଼ି ଏବଂ ହାତରେ ତଲୱାର ଧରିଛନ୍ତି । ତେବେ ଫିଲ୍ମର ସୁଟିଂ ଯୋଦ୍ଧପୁର ଏବଂ ଜୟପୁରରେ ହୋଇଛି ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More