Only for Entertainment

ଚର୍ଚ୍ଚାରେ କଙ୍ଗନା ରଣାୱତଙ୍କ ଜବରଦସ୍ତ ଆକ୍ସନ, ରିଅଲ ଫାଇଟର ଠାରୁ କିଛି କମ ନୁହଁନ୍ତି ।

instagram
32

ବଲିଉଡ ଲେଡି ସିଙ୍ଘମ କଙ୍ଗନା ରଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକା ଦ କ୍ୱିନ ଅଫ ଝାନ୍ସୀ ୨୫ ଜାନୁୟାରୀକୁ ରିଲିଜ ହୋଇ ସାରିଛି । ଫିଲ୍ମକୁ କଙ୍ଗନା ଏବଂ କୃଷ ଏକା ସାଙ୍ଗରେ ଡାଇରେକ୍ଟ କରିଛନ୍ତି । ଫିଲ୍ମରେ କଙ୍ଗନା ରାଣୀ ଲକ୍ଷ୍ମୀବାଈ ଚରିତ୍ରରେ ନଜର ଆସିବେ । ଫିଲ୍ମକଚୁ ନେଇ ସୋସିଆଲ ମିଡିଆରେ ଜବରଦସ୍ତ ମାହୋଲ ସୃଷ୍ଟି ହୋଇଛି । ଫିଲ୍ମକୁ ଭଲ ରେସପନ୍ସ ମିଳୁଛି । ଦର୍ଶକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି । କଙ୍ଗନାଙ୍କ ଜବରଦସ୍ତ ଆକ୍ସନ ଖୁବ ଚର୍ଚ୍ଚାରେ । ଫିଲ୍ମରେ ଦର୍ଶକ କଙ୍ଗନାଙ୍କ ଅଭିନୟକୁ ଖୁବ ପସନ୍ଦ କରୁଛନ୍ତି ।

ଜଣେ ୟୁଜର ସୋସିଆଲ ମିଡିଆରେ ଲେଖିଛନ୍ତିଯେ ମଣିକର୍ଣ୍ଣିକା ଚରିତ୍ର ପାଇଁ କଙ୍ଗନାଙ୍କ ଜନ୍ମ । ସେ ଆଜିର ରାଣୀ ଲକ୍ଷ୍ମୀବାଈ । ଫ୍ୟାନ୍ସ ଫିଲ୍ମକୁ ୩.୫ରୁ ୫ ଷ୍ଟାର ଦେଇଛନ୍ତି । କେହି କେହି ଲେଖିଛନ୍ତି କଙ୍ଗନା କେବଳ ଅଭିନୟର ପାୱାରହାଉସ ନୁହେଁ ବରଂ ରିଅଲ ଫାଇଟର । ସେ ହିଁ ପ୍ରକୃତ ରାଣୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More