Only for Entertainment

କଙ୍ଗନାଙ୍କ ଫିଲ୍ମକୁ ଟକ୍କର ଦେବ ଏହି ଆକ୍ଟରଙ୍କ ବାୟୋପିକ ଫିଲ୍ମ ।

youtube
34

ବହୁ ଦିନ ଧରି କଙ୍ଗନାଙ୍କ ଅଭିନୀତ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ଭିନ୍ନ ଭିନ୍ନ ଘଟଣା ସାମ୍ନାକୁ ଆସିଛି । କିଛି ବିବାଦ ପରେ ଅଭିନେତା ସୋନି ସୁଦ ଏହି ଫିଳ୍ମରୁ ନିଜକୁ ବାହାର କରି ନେଇଥିଲେ । କେବଳ ସୋନୁ ନୁହଁନ୍ତି ବରଂ ଅନ୍ୟ ଜଣେ ପାଶ୍ୱର୍ ନାୟିକା ମଧ୍ୟ ଏହି ଫିଲ୍ମକୁ ଛାଡ଼ି ସାରିଛନ୍ତି । ଫିଲ୍ମ କଙ୍ଗନାଙ୍କୁ ନେଇ ବିଭିନ୍ନ ସମସ୍ୟାରେ ଗତି କରୁଛି ବୋଲି ଶୁଣିବାକୁ ମିଳୁଛି । ଏହି ସମୟରେ ଅନ୍ୟ ଏକ କଥା ସାମ୍ନାକୁ ଆସିଛି । ଖବର ଅନୁସାରେ ଜୁନିଅର ଏନଟିଆରଙ୍କ ବାୟୋପିକ ଫିଲ୍ମ ଟକ୍କର ଦେବ ମଣିକର୍ଣ୍ଣିକାକୁ । ଗୋଟିଏ ଦିନରେ ଏହି ଦୁଇଟି ଫିଲ୍ମକୁ ଦେଖିବାକୁ ପାଇବେ ଦର୍ଶକ ।

କଙ୍ଗନା ରାଣାୱତଙ୍କ ଡ୍ରିମ ପ୍ରୋଜେକ୍ଟ ମଣିକର୍ଣ୍ଣିକାକୁ ଟକ୍କର ଦେବ ବାୟୋପିକ ଫିଲ୍ମ ।ଅଭିନେତାରୁ ବରିଷ୍ଠ ନେତା ପାଲଟିଥିବା ସ୍ୱର୍ଗତ ଏନଟିଆରଙ୍କ ବାୟୋପିକ ଓ ମଣିକର୍ଣ୍ଣିକା ଏକାଦିନରେ ରିଲିଜ କରାଯିବ ବୋଲି ଜଣାପଡିଛି ।ଏନଟିଆରଙ୍କ ବାୟୋପିକ ଦୁଇଟି ଭାଗରେ ଦୁଇଟି ଭିନ୍ନ ଭିନ୍ନ ଡେଟରେ ରିଲିଜ କରାଯିବ ।ସମାନ ସପ୍ତାହରେ ମଣିକର୍ଣ୍ଣିକା ମଧ୍ୟ ରିଲିଜ ହେଉଛି ।ଅନ୍ୟପଟେ ମଣିକର୍ଣ୍ଣିକାକୁ ରିଲିଜ ରେସରୁ ବାଦ ଦେଇ ପ୍ରଯୋଜନା ସଂସ୍ଥା ଚେଷ୍ଟା କରୁଥିବାବେଳେ ଏବେ ଏନଟିଆରଙ୍କ ବାୟୋପିକ ଏହାକୁ ଟକ୍କରଦେବାକୁ ପ୍ରସ୍ତୁତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More